ଅଗଷ୍ଟ ମାସରେ ଏମାନେ ଭାଗ୍ୟଶାଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଅଗଷ୍ଟ ମାସରେ ଏମାନେ ଭାଗ୍ୟଶାଳୀ

horoscope

ବ୍ୟକ୍ତିର ହସ୍ତରେଖା ଓ ଜନ୍ମ ଜାତକରୁ ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟବାଣୀ କରିଥାନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ମଧ୍ୟ ହୋଇଥାଏ। ରାଶି ଚକ୍ରରେ ୧୨ଟି ରାଶି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୧୨ଟି ରାଶି ମଧ୍ୟରୁ ଅଗଷ୍ଟ ମାସରେ ୬ଟି ରାଶିର ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା ମିଳିଥାଏ। ତା’ ହେଲେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିର ବ୍ୟକ୍ତିଙ୍କ ସମ୍ପର୍କରେ।

ବୃଷ: ଏହି ରାଶିର ବ୍ୟକ୍ତି ପାଇଁ ଅଗଷ୍ଟ ମାସଟି ଶୁଭଙ୍କର। ଏହି ମାସରେ ଧନପ୍ରାପ୍ତି ଯୋଗ ରହିଛି। ନୂଆ ଅବସର ମିଳିବ ଓ ମାନ-ସମ୍ମାନ ବୃଦ୍ଧି ହେବ। ଏହି ରାଶିର ବ୍ୟକ୍ତି କୌଣସି କାମ ଦାୟିତ୍ୱପୂର୍ଣ୍ଣ ଭାବରେ କଲେ, ଏଥିରେ ସଫଳତା ପାଇପାରିବେ।

କର୍କଟ: ଏହି ମାସରେ ଆପଣଙ୍କ ଦିନ ଭଲରେ କଟିବ। ଧନ ଉପାର୍ଜନ କରିବାକୁ ଚାହୁଁଥିଲେ, ଏହି ମାସରେ ଚେଷ୍ଟା କରନ୍ତୁ, ସଫଳତା  ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ପାଇବେ।

ସିଂହ:  ଏହି ମାସରେ ଆପଣଙ୍କୁ ନୂଆ ଅବସର ମିଳିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କୌଣସି କାର୍ଯ୍ୟ ବା ଯୋଜନା କରିବାକୁ ଚାହୁଁଛନ୍ତି, ତା’ହେଲେ ଏହି ମାସରେ ଆରମ୍ଭ କରନ୍ତୁ, ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ବ୍ୟବସାୟୀ ମାନଙ୍କ ପାଇଁ ଏହି ମାସଟି ଭଲ। ବ୍ୟବସାୟରେ ଅଧିକ ଲାଭ ହେବ।  ଧନପ୍ରାପ୍ତିର ଯୋଗ ରହିଛି। ନୂଆ ଅବସର ମିଳିପାରେ।  ଆପଣ ଯେଉଁ କାମ କରିବେ, ଭାଗ୍ୟ ଆପଣଙ୍କ ସାଥିରେ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

ମକର: ଏହି ରାଶିର ବ୍ୟକ୍ତି ପାଇଁ ଅଗଷ୍ଟ ମାସଟି ଶୁଭଙ୍କର। କ୍ୟାରିୟରରେ ସଫଳତା ମିଳିବ। ଏହି ମାସରେ ପୁଞ୍ଜି ବିନିଯୋଗ କଲେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟୟଠାରୁ ଆୟ ଅଧିକ ରହିବ।

କୁମ୍ଭ: ଏହି ରାଶିର ବ୍ୟକ୍ତି ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏହି ମାସରେ ସେମାନଙ୍କୁ ସଫଳତା ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଜମିଜମାକୁ ନେଇ କୌଣସି ମକଦ୍ଦମା ଚାଲିଥିଲେ, ସଫଳତା ମିଳିବ।



from OdishaReporter https://ift.tt/2vBccNs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages