
ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କୁ ତ୍ରିଦେବ କୁହାଯାଇଥାଏ। ଏହି ତ୍ରିଦେବଙ୍କ ଦ୍ୱାରା ସଂସାର ସୃଷ୍ଟି। ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା, ଓ ଦେବ ଦେବ ମହାଦେବ ସଂହାର କର୍ତ୍ତା ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଯେତେବେଳେ ସଂସାରରେ ପାପ ଓ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ,ସେତେବେଳେ ମହାଦେବ ଏହାକୁ ନାଶ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ମହାଦେବଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ।
କିନ୍ତୁ ମହାଦେବଙ୍କ କ୍ରୋଧ ବିଷୟରେ ସମସ୍ତେ ଜାଣନ୍ତି। ଥରେ ଭୋଳାବାବା ରାଗିଲେ ତାଙ୍କୁ ଶାନ୍ତ କରିବା ଭାରି କଷ୍ଟକର। କିନ୍ତୁ ଭକ୍ତଙ୍କ ଭକ୍ତିରେ ଭୋଳାନାଥ ଶୀଘ୍ର ଶାନ୍ତ ହୋଇଯାଇଥାନ୍ତି। ସେଥିପାଇଁ ଭକ୍ତମାନେ ମହାଦେବଙ୍କୁ ଭୋଳାବାବା ଡାକିଥାନ୍ତି। କିନ୍ତୁ ଭୋଳାନାଥ କାହିଁକି ଭାଙ୍ଗ ସେବନ କରନ୍ତି ଜାଣିଛନ୍ତି କି? ଭାଙ୍ଗ ସେବନ କରିବା ପଛରେ ରୋଚକ କାହାଣୀ ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ…
ଅସୁର ଓ ଦେବତାଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ କଥା ଶୁଣିଥିବେ। ଏହି ମନ୍ଥନରୁ ଅମୃତ ଓ ବିଷ ବାହାରିଥିଲା। ଅମୃତ ପିଇବାକୁ ଅସୁର ଓ ଦେବତା ରାଜି ଥିବାବେଳେ ବିଷକୁ ପିଇବାକୁ କେହି ରାଜି ନ ଥିଲେ। ଏହାକୁ ନେଇ ଦେବତା ଓ ଅସୁରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ଦେବତାମାନେ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲେ। ଭଗବାନ ବିଷ୍ଣୁଙ୍କ ଅନୁରୋଧ ପରେ ଭୋଳନାଥ ଏହି ବିଷକୁ ପିଇ ଦେଇଥିଲେ। ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା। ଏଥିପାଇଁ ନୀଳକଣ୍ଠ ବୋଲି କୁହାଯାଇଥାଏ। ଏହି ବିଷରେ ଭାଙ୍ଗ ରହିଥିଲା। ଏଥିପାଇଁ ଭୋଳାନାଥକୁ ପ୍ରସାଦରେ ଭାଙ୍ଗ ଦିଆଯାଇଥାଏ।
from OdishaReporter https://ift.tt/2ObFt9b
No comments:
Post a Comment