ପାକିସ୍ତାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଫାଷ୍ଟକ୍ଲାସ୍‌ ବିମାନ ସେବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ପାକିସ୍ତାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଫାଷ୍ଟକ୍ଲାସ୍‌ ବିମାନ ସେବା ମନା

ଇସ୍‌ଲାମାବାଦ: ପାକିସ୍ତାନର ନବ ନିର୍ବାଚିତ ସରକାର ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ଅଧିକାରୀ ଓ  ରାଜନେତାଙ୍କ ଫାଷ୍ଟକ୍ଲାସ୍‌ ବିମାନ ସେବା ଉପରେ ରୋକ ଲଗାଇଛନ୍ତି। ଏଥିସହ ଇଚ୍ଛାଧୀନ ପାଣ୍ଠି ଉପରେ ମଧ୍ୟ ବ୍ୟାନ୍‌ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆଜି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫାୱଦ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ବରିଷ୍ଠ ସରକାରୀ ଅଧିକାରୀ, ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ସିନେଟ୍‌ ଚେୟାରମ୍ୟାନ୍‌, ଜାତୀୟ ଆସେମ୍ବ୍ଲିର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀମାନେ ସରକାରୀ ଅର୍ଥରେ ଫାଷ୍ଟକ୍ଲାସ୍‌ ବିମାନ ସେବା ପାଇବେ ନାହିଁ। ସେମାନେ ବିଜନେସ୍‌ କ୍ଲାସ୍‌ରେ ହିଁ ଯାତ୍ରା କରିବେ।  ଆର୍ମି ମୁଖ୍ୟ ମଧ୍ୟ ସର୍ବଦା ବିଜନେସ୍‌ କ୍ଲାସ୍‌ରେ ଯାତ୍ରା କରୁଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ସରକାରୀ ଅଧିକାରୀଙ୍କୁ ଯେଉଁ ଇଚ୍ଛାଧୀନ ପାଣ୍ଠି ଦିଆଯାଉଥିଲା, ତାହା ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ ଇଚ୍ଛାମୂଳକ ପାଣ୍ଠି ବାବଦରେ ଗତ ବର୍ଷ ୫୧୦୦ କୋଟି ଟଙ୍କା ଖର୍ଚ୍ଚ  କରିଛନ୍ତି। ତେଣୁ ଏଭଳି ଅର୍ଥ ଅପଚୟକୁ ରୋକିବା ନିମନ୍ତେ  ଏହି ପାଣ୍ଠି ବ୍ୟବସ୍ଥା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।”

ଶ୍ରୀ ଚୌଧୁରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ସମୟରେ ସ୍ୱତନ୍ତ୍ର ବିମାନ ବ୍ୟବହାର କରିବା ନେଇ ଯେଉଁ ନିୟମ ଥିଲା, ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏଣିକି ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ସମୟରେ ବିଜନେସ୍‌ କ୍ଲାସ୍‌ରେ ଯାତ୍ରା କରିବେ।

ସରକାରୀ ଅଧିକାରୀ ଓ ମନ୍ତ୍ରୀମାନେ ସପ୍ତାହକୁ ଦୁଇଟି ଛୁଟି ଦିନ ପାଇବେ। କିନ୍ତୁ ଡ୍ୟୁଟି ଟାଇମ୍‌ ଦୁଇଟି ଭିନ୍ନ ଶିଫ୍ଟରେ ସକାଳ ୮ରୁ ଅପରାହ୍ଣ ୪ଟା ଓ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ରହିବ।

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ସରକାରୀ କାର୍ଯ୍ୟ ପାଇଁ ୨ଟି ଗାଡ଼ି ଓ ୨ ଜଣ ସହାୟକ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2Mv3wDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages