ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନା ପରିସରରେ ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନା ପରିସରରେ ଝଡ଼ାଫୁଙ୍କା

witchcraft

ଅନୁଗୋଳ(ବିରଜା ପ୍ରସାଦ ଦାଶ): ମୃତ ମହିଳାଙ୍କୁ ବଞ୍ଚାଇବାକୁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।
ସୂଚନା ଅନୁସାରେ, ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ପରିବାର ଲୋକଙ୍କ ମନ ବୁଝି ନଥିଲା। ସେମାନେ ଜଣେ ଗୁଣିଆକୁ ଡାକି ଝଡ଼ାଫୁଙ୍କା ଦ୍ୱାରା ରିଙ୍କିଙ୍କ ଜୀବନ ବଞ୍ଚିବାକୁ ଉଦ୍ୟମ କରିଥିଲେ। ଏହି ଝଡ଼ାଫୁଙ୍କା ଦେଖିବାକୁ ଡାକ୍ତରଖାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା।
ପୁଲିସ୍‌ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।



from Odisha Reporter https://ift.tt/2MURjUW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages