ପୁଣି ଏକାଠି ହେଲେ ବାବୁସାନ୍‌-ଭୂମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ପୁଣି ଏକାଠି ହେଲେ ବାବୁସାନ୍‌-ଭୂମିକା

bhumika

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ଏକାଠି ହେବେ ସୁପର୍‌ଷ୍ଟାର୍‌ ବାବୁସାନ୍‌ ମହାନ୍ତି ଏବଂ ଚୁଲ୍‌ବୁଲି ନାୟିକା ଭୂମିକା ଦାସ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ପୁଣି ଏ ଦୁହିଁକୁ ଏକାଠି କରିଛି। ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌ ଏବଂ ଭୂମିକା। ଫିଲ୍ମର ମହୂରତ ସରି ଶୁଟିଂ ଆରମ୍ଭ ହୋଇଗଲାଣି।

ଫିଲ୍ମଟି ଦୂର୍ଗାପୂଜାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଅଶୋକ ପତି ଦେଉଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି ଦେଵୀଦତ୍ତ ମହାନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅପରାଜିତା, ବବି ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଆପଣ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ।

ସୂଚନାଯୋଗ୍ୟ, ତରଙ୍ଗ ସିନେପ୍ରଡକ୍ସନ୍ସର ଆଉ ଏକ ଫିଲ୍ମ ‘ପ୍ରେମ୍‌ କୁମାର’ ମଧ୍ୟ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଭବଙ୍କ ସହ ଦୁଇ ଜଣ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ନଜରକୁ ଆସିବେ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହେଉଥିବା ଶୁଣିବାକୁ ମିଳୁଛି।



from OdishaReporter https://ift.tt/2B9bHjB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages