ଜଣେ ବ୍ୟକ୍ତିଙ୍କୁ ସନ୍ନି ଦେଓଲ ଭାରି ଡରନ୍ତି? ଜାଣନ୍ତି ସେ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଜଣେ ବ୍ୟକ୍ତିଙ୍କୁ ସନ୍ନି ଦେଓଲ ଭାରି ଡରନ୍ତି? ଜାଣନ୍ତି ସେ କିଏ?

sunny

ମୁମ୍ବାଇ: ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସେ ପ୍ରିୟ ଅଭିନେତା। ତାଙ୍କର ସେହି ‘ଢାଇ କିଲୋକା ହାତ’ ଡାଏଲଗ୍‌ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ଆଉ ‘ତାରିଖ ପର୍‌ ତାରିଖ୍‌’ ଡାଏଲଗ୍‌ ଓ ‘ୟାରା ଓ ୟାରା’ ଗୀତରେ ତାଙ୍କର ଡ୍ୟାନ୍ସକୁ କ’ଣ ଭୁଲି ହେବ? ସେ ହେଉଛନ୍ତି ସନ୍ନି ଦେଓଲ।

ଆକ୍ସନଠୁ ଆରମ୍ଭ କରି ରୋମାନ୍ସ ଓ କମେଡି- ସବୁଥିରେ ସେ ମାହିର୍‌। କିନ୍ତୁ ତାଙ୍କୁ ପରିଚୟ ମିଳିଥିଲା ଆଙ୍ଗ୍ରିୟଙ୍ଗ୍‌ ମ୍ୟାନ୍‌ ଭାବେ। ଜାଣିଛନ୍ତି, ଫିଲ୍ମର ଚରିତ୍ରରେ ସିନା ସେ ଖୁବ୍‌ ରାଗି, କିନ୍ତୁ ରିଅଲ୍‌ ଲାଇଫ୍‌ରେ ସେ ଖୁବ୍‌ ଲାଜୁଆ।

ପରଦାରେ ତାଙ୍କ ରାଗ ଦେଖିଲେ ଡର ଲାଗେ। ତେବେ ରାଗି ଯାଇ ସମସ୍ତଙ୍କୁ ଡରାଉଥିବା ସନ୍ନି ଦେୱଲ ରିଅଲ୍‌ ଲାଇଫ୍‌ରେ ଜଣଙ୍କୁ ଭାରି ଡରନ୍ତି। ଜାଣିଛନ୍ତି ସନ୍ନି କାହାକୁ ଡରନ୍ତି? ସେ ତାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ଡରନ୍ତି। ଏକ ସାକ୍ଷତକାରରେ ସନ୍ନି ଏକଥା କହିଥିଲେ।

sudeol

ସେ କହିଥିଲେ,‘‘ଛୋଟ ବେଳେ ମୁଁ ବାପାଙ୍କୁ ବହୁତ ଡରୁଥିଲି। ସେଥିପାଇଁ ତାଙ୍କ ସହ କେବେ କଥା ହେଉ ନଥିଲି। ଯାହା ଦରକାର ହୁଏ ମୁଁ ମା’ଙ୍କୁ କହୁଥିଲି। ସେ ବାପାଙ୍କୁ କହୁଥିଲେ। ଏବେବି ମୁଁ ବାପାଙ୍କ ସାମ୍ନାରେ କିଛି କହେ ନାହିଁ। ପିଲାଦିନରୁ ଆମକୁ ଏମିତି ସଂସ୍କାର ମିଳିଛି। ମୋ ପୁଅ ମଧ୍ୟ ମୋ ସହିତ ବେଶି କଥା ହୁଏ ନାହିଁ। ତାକୁ ଯାହା ଦରକାର ସେ ତା’ ମା’ଙ୍କୁ କହେ।”

ସନ୍ନି ଆହୁରି କହିଥିଲେ,“ବାପା ବହୁତ ଭଲ। ସେ କେବେବି କୌଣସି ଜିନିଷ ପାଇଁ ମନା କରନ୍ତି ନାହିଁ। ମୁଁ ମୋ ମା’ଙ୍କ ବହୁତ ନିକଟତର ଥିଲି। କାରଣ ତାଙ୍କ ସହ ମୁଁ ସବୁ କଥା ଶେୟାର କରି ପାରୁଥିଲି।”



from OdishaReporter https://ift.tt/2ObOXkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages