ବିଜେପି କହିଲା, ରାଜୀବ ଗାନ୍ଧି ‘ଫାଦର ଅଫ୍ ମବ୍‌ ଲିଞ୍ଚିଙ୍ଗ୍’; ବାଜପେୟୀଙ୍କ ପୋଷ୍ଟର୍ ମାରି କଂଗ୍ରେସ ଦେଲା ଏମିତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବିଜେପି କହିଲା, ରାଜୀବ ଗାନ୍ଧି ‘ଫାଦର ଅଫ୍ ମବ୍‌ ଲିଞ୍ଚିଙ୍ଗ୍’; ବାଜପେୟୀଙ୍କ ପୋଷ୍ଟର୍ ମାରି କଂଗ୍ରେସ ଦେଲା ଏମିତି ଉତ୍ତର

gandhi

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ତେଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କ ଏକ ପୋଷ୍ଟର୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀର ପ୍ରମୁଖ ଛକଗୁଡ଼ିକ ସହିତ ବିଜେପି କାର୍ଯ୍ୟାଳୟ ବାହାରେ ଏହି ପୋଷ୍ଟର୍ ଲାଗିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ‘ଫାଦର ଅଫ୍ ମୋବ୍‌ ଲିଞ୍ଚିଙ୍ଗ୍’ ବୋଲି ଦର୍ଶାଯାଇଛି।

ବଗ୍ଗା ନିଜେ ଟ୍ୱିଟ୍ କରି ମଧ୍ୟ ଏହି ପୋଷ୍ଟର୍‌ ଲଗାଯିବା କଥା କହିଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟରରେ ଭିଡିଓ ମଧ୍ୟ ପୋଷ୍ଟ୍ କରିଛନ୍ତି।

ଏହାର ଜବାବ ଦେଇଛି ମୁମ୍ବାଇ କଂଗ୍ରେସ। ମୁମ୍ବାଇ କଂଗ୍ରେସ ପକ୍ଷରୁ ପୂର୍ବତନ ଅଟଳ ବିହାରୀ ବାଜପେୟୀଙ୍କର ଏକ ପୋଷ୍ଟର୍‌ ଲଗାଯାଇଛି। ଏଥିରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

କଂଗ୍ରେସ ମୁଖପାତ୍ର ପ୍ରଣବ ଝା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଦୁଇଟି ପୋଷ୍ଟର୍‌କୁ ପୋଷ୍ଟ୍ କରି ଲେଖିଛନ୍ତି ଯେ,‘ପ୍ରିୟ ବିଜେପି, ଦୟାକରି ଦେଖ କଂଗ୍ରେସ କାହିଁକି ତୁମଠାରୁ ଅଲଗା। ଦୟାକରି ଅପେକ୍ଷା କର। ଖୁବ୍‌ଶୀଘ୍ର ଲୋକେ ତୁମ ଅହଙ୍କାର ଓ ଘୃଣାର ଉଚିତ୍ ଜବାବ ଦେବେ।’

ଅନ୍ୟ ଜଣେ କଂଗ୍ରେସ ମୁଖ୍ୟପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍‌ କରି ଲେଖିଛନ୍ତି,“କଂଗ୍ରେସ ସେହି ଦିବଂଗତ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଯିଏ ୨୦୦୨ ଦଙ୍ଗା ବେଳେ ବିଶେଷ କିଛି ପଦକ୍ଷେପ ନେଇପାରିଲେ ନାହିଁ। ଏହା କଂଗ୍ରେସର ସଂସ୍କାର। ଅନ୍ୟପକ୍ଷରେ ଦେଶ ପାଇଁ ଜୀବନ ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ଘୃଣା କରି ବିଜେପି କାର୍ଯ୍ୟାଳୟ ବାହାରେ ପୋଷ୍ଟର୍ ଲଗାଯାଇଛି। ଏହା ବିଜେପିର ହୀନ ମାନସିକତା।”

ସୂଚନାଯୋଗ୍ୟ, ମବ୍ ଲିଞ୍ଚିଙ୍ଗ୍ ଉପରେ ସଂସଦରେ ବିତର୍କ ବେଳେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଦେଶରେ ସବୁଠୁ ବଡ଼ ମବ୍ ଲିଞ୍ଚିଙ୍ଗ୍ ୧୯୮୪ ମସିହାରେ ହୋଇଥିଲା। ତେବେ ଇଂଲଣ୍ଡରେ ଶିଖ୍ ଦଙ୍ଗା ଉପରେ ମନ୍ତବ୍ୟ ଦେଇ ରାହୁଲ ଗାନ୍ଧି କହିଥିଲେ ଯେ ଏଥିରେ କଂଗ୍ରେସର ହାତ ନଥିଲା।

 



from Odisha Reporter https://ift.tt/2LB7Mfn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages