
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ପେରୁପାଙ୍ଗୁ ଗାଁର ମିତା ଶବର ନାମକ ଜଣେ ଯୁବତୀଙ୍କ ଡାହାଣ ହାତ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିତାଙ୍କୁ ରାୟଗଡ଼ା ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ତାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ବହନ କରାଯାଉଥିବା ସିଡିଏମ୍ଓ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାଶ କହିଛନ୍ତି।
ଗତ ୫ ବର୍ଷ ହେବ ମିତାଙ୍କ ଡାହାଣ ହାତ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏମିତିକି ସେ ଦୈନନ୍ଦିନ କାମ ମଧ୍ୟ କରିପାରୁ ନାହାନ୍ତି। ପୂର୍ବରୁ ତାଙ୍କ ପରିବାର ପକ୍ଷରୁ ତାଙ୍କର ଚିକିତ୍ସା ପାଇଁ ଅନେକ ଚେଷ୍ଟା କରାଯାଇଥିଲା। ହେଲେ ଅର୍ଥାଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଥିଲା।
from OdishaReporter https://ift.tt/2AKnKDX
No comments:
Post a Comment