ଜାଣନ୍ତୁ, ବୟସ ଅନୁସାରେ ମଣିଷର ଶରୀର ପାଇଁ କେତେ ପରିମାଣର ରକ୍ତ ନିତାନ୍ତ ଜରୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଜାଣନ୍ତୁ, ବୟସ ଅନୁସାରେ ମଣିଷର ଶରୀର ପାଇଁ କେତେ ପରିମାଣର ରକ୍ତ ନିତାନ୍ତ ଜରୁରୀ

blood

(ଓଡ଼ିଶା ରିପୋର୍ଟର୍‌): ମଣିଷ ଶରୀର ପାଇଁ ପ୍ରତିଟି ଅଙ୍ଗ ଓ ପ୍ରତ୍ୟଙ୍ଗ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ଜରୁରୀ ଶରୀରର ଆବଶ୍ୟକତା ଅନୁସାରେ ରକ୍ତ ପ୍ରବାହ। ରକ୍ତ ଆମ ଶରୀରର ବିଭିନ୍ନ ଅଙ୍ଗରେ ଅମ୍ଳଜାନ ପହଞ୍ଚାଇବା ସହ ଶାରୀରିକ ବିକାଶରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଏହାଛଡ଼ା ରକ୍ତ, ଶରୀରର ତାପମାତ୍ରା ନିୟନ୍ତ୍ରଣ, କ୍ଷତ ଭରିବା, ଚର୍ମ ଓ କେଶକୁ ସୁସ୍ଥ ରଖିବା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ତେବେ ବେଳେ ବେଳେ ଶରୀରରେ ରକ୍ତର ପରିମାଣ ହ୍ରାସ ହେବା ଯୋଗୁ ବିଭିନ୍ନ ରୋଗ ହୋଇଥାଏ। ଏଥିପାଇଁ ଆମ ଶରୀରରେ ରକ୍ତର ପରିମାଣ ସୁରକ୍ଷିତ ସ୍ତରରେ ରହିବା ଜରୁରୀ।

ଏବେ ଆସନ୍ତୁ ଜାଣିବା, ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ଓ ଗର୍ଭବତୀ ମହିଳାଙ୍କ ଶରୀରରେ କେତେ ପରିମାଣର ରକ୍ତ ରହିବା ନିହାତି ଆବଶ୍ୟକ।

ସାଧାରଣତଃ ଶରୀରରେ ଏହାର ଓଜନର ୭ ପ୍ରତିଶତ ରକ୍ତ ରହିବା ଆବଶ୍ୟକ। ତେବେ ବୟସ ଅନୁସାରେ ବ୍ୟକ୍ତିର ଶରୀରରେ ରକ୍ତର ସ୍ତର ମଧ୍ୟ ଭିନ୍ନ ଭିନ୍ନ ରହିଥାଏ।

ନବଜାତ ଶିଶୁ ଛୋଟ ଥିଲେ, ତା’ ଶରୀରରେ ପାଖାପାଖି ୭୫ ମିଲିଲିଟର ରକ୍ତ ରହିଥାଏ। ଯଦି ଶିଶୁଟିର ଓଜନ ପ୍ରାୟତଃ ୪ କେଜି, ତେବେ ତା’ ଶରୀରରେ ୨୭୦ ମିଲିଲିଟର ରକ୍ତ ରହିବା ଆବଶ୍ୟକ।

ବୟସ ଅନୁସାରେ, ଶିଶୁର ଓଜନ ପାଖାପାଖି ୪ କେଜିରେ ପହଞ୍ଚିଲେ, ତେବେ ତା’ ଶରୀରରେ ୨,୬୫୦ ମିଲିଲିଟର ରକ୍ତ ରହିବା ଜରୁରୀ।

ଯଦି ଜଣେ ବୟସ୍କ ବ୍ୟକ୍ତିଙ୍କ ଓଜନ ପ୍ରାୟ ୭୫ରୁ ୯୦ କେଜି ମଧ୍ୟରେ ରହୁଛି, ତେବେ ତାଙ୍କ ଶରୀରରେ ରକ୍ତର ପରିମାଣ ୪,୫୦୦ରୁ ୫୭୦୦ ମିଲିଲିଟର୍ ରକ୍ତ ରହିବା ଆବଶ୍ୟକ।

ସେହିପରି ଜଣେ ଗର୍ଭବତୀ ମହିଳାଙ୍କ ଶରୀରରେ ଅନ୍ୟମାନଙ୍କ ତୁଳନାରେ ୩୦ରୁ ୫୦ ପ୍ରତିଶତ ଅଧିକ ରକ୍ତ ରହିବା ଆବଶ୍ୟକ।



from Odisha Reporter https://ift.tt/2whhvBU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages