
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପରଲୋକ ଘଟିଛି। ଦିଲ୍ଲୀ ଏମ୍ସରେ ଅପରାହ୍ନ ୫.୦୫ ସମୟରେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ।
ତାଙ୍କ ମୃତ୍ୟୁରେ ଭାରତ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସେହିଭଳି ଓଡ଼ିଶା ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ବାଜପେୟୀଙ୍କ ପରଲୋକ ପାଇଁ ସ୍କୁଲ, କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
from OdishaReporter https://ift.tt/2MTWBzY
No comments:
Post a Comment