
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ନିଜ ଫିଟ୍ନେସ୍କୁ ନେଇ କେତେ ସଜାଗ, ଏକଥା ଆପଣ ଜାଣିଥିବେ। ଗର୍ଭାବସ୍ଥା ପରେ ସେ ଯେପରି ନିଜ ଶରୀରର ମୋଟାପଣ କମାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଏବେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ କରୀନା ନିଜ ଟିମ୍ ସହ ଜିମ୍ରେ ଏକ୍ସର୍ସାଇଜ୍ କରୁଥିବା ଦେଖିବାକୁ ମିଳିଛି।
କରୀନାଙ୍କ ଟ୍ରେନର୍ ନମ୍ରତା ପୁରୋହିତ୍ ଏହି ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ଶେୟାର୍ କରିଛନ୍ତି। କରୀନାଙ୍କ ସହ ତାଙ୍କ ଘନିଷ୍ଠ ବାନ୍ଧବୀ ତଥା ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି। ଦୁଇଜଣ ଏକାଠି ମିଶି pilates ଏକ୍ସର୍ସାଇଜ୍ କରୁଥିବା ଦେଖିବାକୁ ମିଳିଛି। ଏହି ଏକ୍ସର୍ସାଇଜ୍ ଶରୀରକୁ ଫ୍ଲେକ୍ସିବଲ୍ ରଖିବା ସହ ମାଂସପେଶୀକୁ ମଜଭୁତ୍ କରିଥାଏ। ଏହା ବ୍ୟତୀତ pilates ଏକ୍ସର୍ସାଇଜ୍ ଅନେକ ରୋଗ ମଧ୍ୟ ଭଲ କରିଦିଏ।
ତୈମୁରଙ୍କ ଜନ୍ମ ପରେ କରୀନା ଫିଲ୍ମ ‘ଭିରେ ଦି ୱେଡିଂ’ ରିଲିଜ୍ ହୋଇଥିଲା। ଏହା ବକ୍ସ ଅଫିସ୍ରେ ଦମ୍ଦାର୍ କଲେକ୍ସନ୍ କରିଥିଲା ଏବଂ ଏଥିରେ କରୀନାଙ୍କ ଅଭିନୟକୁ ମଧ୍ୟ ବହୁ ତାରିଫ୍ ମିଲିଥିଲା।
ଏବେ କରୀନା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରେ ନଜର୍ ଆସିବେ। ଦୀର୍ଘ ୯ ବର୍ଷ ପରେ ଅକ୍ଷୟ ଓ କରୀନା ପରଦାରେ ଏକାଠି ଆସୁଛନ୍ତି। ଫିଲ୍ମଟି ୨୦୧୯ ଜୁଲାଇ ୧୯ରେ ରିଲିଜ୍ ହେବ।
ୟୁଟ୍ୟୁବ୍ରୁ ଅଣାଯାଇଥିବା ତାଙ୍କ ଭିଡିଓ ଦେଖନ୍ତୁ:
from OdishaReporter https://ift.tt/2OSIOez
No comments:
Post a Comment