
ପାଟକୁରା (ମନୋଜ ସ୍ୱାଇଁ): ଭୋଜି ଖାଇବାକୁ ଡାକି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ମଠ ସାହିରେ। ମୃତକ ହେଲେ ସନ୍ତୋଷ ମଲିକ (୨୦)।
ଅଭିଯୋଗ ଅନୁସାରେ, ସେହି ଗାଁର ସୁନାକରଙ୍କ ପରିବାର ସହ ସନ୍ତୋଷଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ତେଣୁ ସନ୍ତୋଷଙ୍କୁ ପାନେ ଦେବା ପାଇଁ ସୁନାକର ସୁଯୋଗ ଖୋଜୁଥିଲେ।
ନିଜ ଝିଅର ଜନ୍ମଦିନ ଭୋଜି ଖାଇବାକୁ ସେ ସନ୍ତୋଷଙ୍କୁ ଡାକିଥିଲେ। ସନ୍ତୋଷ ଭୋଜି ଖାଇ ସାରିବା ପରେ ସୁନାକର ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ସନ୍ତୋଷଙ୍କ ମାଆ ନିକିରାଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସୁନାକର ଫେରାର୍ ହୋଇଯାଇଛନ୍ତି।
from Odisha Reporter https://ift.tt/2PgDNfi
No comments:
Post a Comment