ସାବଧାନ! ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ସାବଧାନ! ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌

tomour

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ଜାଣିବା ପାଇଁ ଆମେ ସାଧାରଣତଃ ସିଟି ସ୍କାନ୍‌ର ସାହାଯ୍ୟ ନେଇଥାଉ। ଏଥିରୁ ହିଁ ଜଣା ପଡ଼ିଥାଏ, କେଉଁ ରୋଗ ହୋଇଛି। ନିକଟରେ ସିଟି ସ୍କାନ୍‌କୁ ନେଇ ଏକ ଗବେଷଣା କରାଯାଇଥିଲା। ଯେଉଁଥିରୁ ଏପରି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ, ଆପଣ ଆଶ୍ଚର୍ଯ୍ୟ ହେବେ। ତଥ୍ୟ ଅନୁସାରେ, ସିଟି ସ୍କାନ୍‌ ପରି ଇମେଜିଙ୍ଗ୍‌ ଟେକ୍‌ନିକ୍‌ ଚିକିତ୍ସା ବ୍ରେନ୍‌ ଟ୍ୟୁମର୍‌ର କାରଣ ହୋଇଥାଏ।

ବିଶେଷଜ୍ଞମାନେ କରିଥିବା କିଛି ବର୍ଷ ଗବେଷଣା ଅନୁଯାୟୀ, ଟେମୋଗ୍ରାଫି ବା ସିଟି ସ୍କାନ୍‌ ପରୀକ୍ଷା ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ପରୀକ୍ଷା ରୋଗକୁ ଚିହ୍ନଟ କରିଥାଏ ସତ, ମାତ୍ର ଅନ୍ୟ ପରୀକ୍ଷାଠାରୁ ଏହା ଅଧିକ ମାତ୍ରାରେ ବିକିରଣ ରଶ୍ମି ମଧ୍ୟ ପ୍ରଦାନ କରିଥାଏ। ବିକିରଣ ରଶ୍ମିର ପ୍ରଭାବ ଶରୀରରେ ପଡ଼ିବା ପାଇଁ ସମୟ ଲାଗିଥାଏ, କିନ୍ତୁ ଏହା ଛୋଟ ପିଲା ଏବଂ ଯୁବକଙ୍କ ଠାରେ ବ୍ରେନ୍‌ ଟ୍ୟୁମର୍‌ ଏବଂ ଲ୍ୟୁକେମିଆ ରୋଗର ବୃଦ୍ଧିରେ ସହାୟକ ହୋଇଥାଏ। ସିଟି ସ୍କାନ୍‌ ପରୀକ୍ଷାରେ କ୍ୟାନସର୍‌ର ଆଶଙ୍କା ଅଧିକ ରହିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।
ତେବେ ଏପର୍ଯ୍ୟନ୍ତ ବିଶେଷଜ୍ଞମାନେ ବ୍ରେନ୍‌ ଟ୍ୟୁମର୍‌ର ସଠିକ୍‌ କାରଣ ବିଷୟରେ ଅବଗତ ହୋଇପାରି ନାହାନ୍ତି। କିନ୍ତୁ ଏହାର ୬ଟି ପ୍ରଧାନ କାରଣଗୁଡ଼ିକୁ ଖୋଜି ବାହାର କରିଛନ୍ତି, ଯାହା ବ୍ରେନ୍‌ ଟ୍ୟୁମର୍‌ ସମସ୍ୟାକୁ ବଢ଼ାଇଥାଏ। ଆସନ୍ତୁ ଜାଣିବା ସେହି କାରଣ ଗୁଡ଼ିକ କ’ଣ?

୧. ବୟସ
ବ୍ରେନ୍‌ ଟ୍ୟୁମର୍‌ ସବୁ ବର୍ଗର ବ୍ୟକ୍ତିକୁ ହୋଇଥାଏ। କିନ୍ତୁ ଯୁବକ ଏବଂ ଛୋଟ ପିଲାଙ୍କଠାରେ ଏହାର ବିପଦ ଅଧିକ ରହିଥାଏ। ଯୁବକଙ୍କଠାରେ ବ୍ରେନ୍‌ ଟ୍ୟୁମର୍‌ ଲକ୍ଷଣ ଦେଖାଯିବା ଏକ ସାଧାରଣ କଥା ବୋଲି ଜଣାପଡ଼ିଛି।

୨. ଲିଙ୍ଗ
ବ୍ରେନ୍‌ ଟ୍ୟୁମର୍‌ ସମସ୍ୟା ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୋଇଥାଏ। ଏହାର ଅର୍ଥ ନୁହେଁ, ମହିଳାଙ୍କୁ ଏହି ରୋଗ ହୋଇ ନ ଥାଏ। ମାତ୍ର ପୁରୁଷଙ୍କଠାରେ ଏହି ରୋଗ ଅଧିକ ଦେଖା ଯାଇଥାଏ।

୩. ରୋଡିଓଥେରାପି ଚିକିତ୍ସାର ଇତିହାସ
କିଛି ପିଲାଙ୍କୁ କମ୍‌ ବୟସରେ କ୍ୟାନସର୍‌ ହୋଇଥାଏ। ଏଥିପାଇଁ ତାଙ୍କୁ ରେଡିଓଥେରାପି ଦିଆଯାଇଥାଏ ଏବଂ ଏହା ଅନ୍ୟ ରୋଗର କାରଣ ମଧ୍ୟ ହୋଇଥାଏ। ପରେ ଜଣା ପଡ଼ିଥିଲା ଏହି ଚିକିତ୍ସା ଦ୍ୱାରା ଭବିଷ୍ୟତରେ ସେମାନଙ୍କଠାରେ ବ୍ରେନ୍‌ ଟ୍ୟୁମର୍‌ ବିପଦ ଅଧିକ ରହିଛି।

୪. ମୁଣ୍ଡରେ ଆଘାତ ଲାଗିବା ଏବଂ ବେହୋସ୍‌ ହୋଇଯିବା
ଅତୀତରେ ମୁଣ୍ଡରେ କେବେ ଆଘାତ ଲାଗିଥିଲେ, ଏହା ବ୍ରେନ୍‌ ଟ୍ୟୁମର୍‌ ବିପଦକୁ ବଢ଼ାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ବ୍ରେନ୍‌ ଟ୍ୟୁମର୍ ରୋଗୀ ଅନେକ ସମୟରେ ବେହୋସ୍‌ ହୋଇ ପଡ଼ିଥାଆନ୍ତି, କିନ୍ତୁ ଏହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ଯେ ବ୍ରେନ୍‌ ଟ୍ୟୁମର୍‌ ଯୋଗୁ ଏପରି ହୋଇଥାଏ। ମାତ୍ର ବାସ୍ତବରେ ଏପରି ସମସ୍ୟା ଥିଲେ ବିପଦ ବୋଲି କୁହାଯାଉଛି।

୫. ପରିବାର ଇତିହାସ
କିଛି ବ୍ରେନ୍‌ ଟ୍ୟୁମର୍‌ ଜେନେଟିକ୍‌ କାରଣରୁ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ୫ ପ୍ରତିଶତ ବ୍ରେନ୍‌ ଟ୍ୟୁମର୍‌ ଜେନେଟିକ୍‌ କାରଣରୁ ହୋଇଥାଏ। ଯଦି ପରିବାରରେ ପୂର୍ବରୁ କେହି ଏହି ରୋଗରେ ପୀଡ଼ିତ ଥାଆନ୍ତି, ତେବେ ତାଙ୍କ ଛୁଆଙ୍କଠାରେ ବ୍ରେନ୍‌ ଟ୍ୟୁମର୍‌ ସମସ୍ୟା ଦେଖାଯାଇଥାଏ।

୬. ହାନିକାରକ ପଦାର୍ଥର ବ୍ୟବହାର
ଶିଳ୍ପକ୍ଷେତ୍ରରେ କରାଯାଉଥିବା ସୋଲ୍‌ଭେଣ୍ଟସ୍‌, କେମିକାଲ୍‌ ଏବଂ କୀଟନାଶକ ପଦାର୍ଥର ବ୍ୟବହାର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଏହା ବ୍ରେନ୍‌ ଟ୍ୟୁମର୍‌ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ।



from OdishaReporter https://ift.tt/2nbueSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages