ଫ୍ରେଣ୍ଡସିପ୍ ଡେ’ ପାଳନ କରିବା ପୂର୍ବରୁ ଚାଲିଗଲା ୩ ସାଙ୍ଗଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଫ୍ରେଣ୍ଡସିପ୍ ଡେ’ ପାଳନ କରିବା ପୂର୍ବରୁ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

accident

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଫ୍ରେଣ୍ଡସିପ୍ ଡେ’। ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରରେ ଭାରତ ସମେତ ଅନ୍ୟ କିଛି ଦେଶରେ ଏହି ଦିବସ ପାଳନ କରାଯାଏ। ତେବେ ପରସ୍ପରକୁ ହାପି ଫ୍ରେଣ୍ଡସିପ୍ ଡେ’ କହିବା ପୂର୍ବରୁ ଚାଲି ଯାଇଛି ତିନି ସାଙ୍ଗଙ୍କ ଜୀବନ। ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ସାତମାଇଲ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ୩ ଜଣ ବନ୍ଧୁ ଏକ ବାଇକ୍‌ରେ ସୋନପୁରରୁ ବଲାଙ୍ଗିର ଆସୁଥିଲେ।  ସାତମାଇଲ୍‌ ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ମୃତକ ମାଲପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ପୁଲିସ୍ ଘଟଣାର ତଦନ୍ତ କରୁଛି। ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ନଥିଲା।

 

 



from OdishaReporter https://ift.tt/2Mkx0QH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages