
ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜର ଆମରୁଡ଼ି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ୬ ରୁ ୭ଟି ହାତୀ ଗାଁର ଦେବେନ୍ଦ୍ର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ। ଏମିତିକି ଘରେ ଶୋଇଥିବା ତାଙ୍କ ୧୦ ବର୍ଷର ପୁଅକୁ ଗୋଟିଏ ହାତୀ ଟାଣି ଆଣି ମାରି ଦେଇଥିଲା।
ସୂଚନାଯୋଗ୍ୟ, ସାତ ଦିନ ତଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଲୁଟୁ ପ୍ରଧାନ ନାମକ ଜଣେ ୧୦ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଥିଲା। ଗାଁ ପାଖରେ ହାତୀ ବୁଲୁଥିବା ଦେଖି ଲୋକେ ବନ ବିଭାଗ କର୍ମଚାରୀମାନଙ୍କୁ ଖବର ଦେଇଥିଲେ। ସେମାନେ ଆସି ହାତୀକୁ ଘୋଉଡ଼ାଇ ଥିଲେ। ହାତୀଟି ଗାଁର ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା। ଆଉ ଘରେ ଶୋଇଥିବା ତାଙ୍କ ପୁଅ ଲୁଟୁକୁ ଉଠାଇ ଆଣି ଦଳି ଦେଇଥିଲା। ସେତେବେଳେ ଘରେ ଗଣେଶ୍ୱରଙ୍କ ସ୍ତ୍ରୀ ଓ ୫ ମାସର ଝିଅ ବି ଥିଲେ। ତେବେ ସେମାନେ ବର୍ତ୍ତି ଯାଇଥିଲେ।
from OdishaReporter https://ift.tt/2O2ny4E
No comments:
Post a Comment