ଘରକୁ ଆସିଥିବା ଅତିଥିଙ୍କୁ ପରଷି ଦିଅନ୍ତୁ ମଟନ୍‌ ମୋଗଲାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଘରକୁ ଆସିଥିବା ଅତିଥିଙ୍କୁ ପରଷି ଦିଅନ୍ତୁ ମଟନ୍‌ ମୋଗଲାଇ

ଆବଶ୍ୟକୀୟ ସାମଗ୍ରୀ: ଖାସି ମାଂସ, ଆଳୁ, ଅଣ୍ଡା, ତେଲ, ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଜିରା, ଧନିଆ ଗୁଣ୍ଡ, ପୋସ୍ତ, ଦହି, ଗରମ ମସଲା, ଟମାଟୋ, ଲୁଣ, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ।

ଏବେ ମାଂସକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ସେମିତି ରଖି ଦିଅନ୍ତୁ। ତା’ପରେ ପିଆଜ, ରସୁଣ, ଲଙ୍କା, ଅଦା, ଜିରା ଓ ପୋସ୍ତ ବାଟି ମସଲା ପ୍ରସ୍ତୁତ କରନ୍ତୁ।

ବର୍ତ୍ତମାନ ଏକ ପାତ୍ରରେ ତେଲ ଗରମ କରି ବଟା ମସଲା, ଧନିଆ ଗୁଣ୍ଡ ଓ ହଳଦୀ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଏଥିରେ ମାଂସ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ଓ କଷନ୍ତୁ। ମାଂସ କଷି ହୋଇଗଲା ପରେ ଅଳ୍ପ ପାଣି ଦେଇ ଘୋଡ଼େଇ ଦିଅନ୍ତୁ।

ମାଂସ ସିଝି ଗଲେ ସେଥିରେ ଆଳୁ ସିଝା ଓ ଟମାଟୋ ପକାନ୍ତୁ। ଝୋଳ ଫୁଟି ମରି ଗଲେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ଶେଷରେ କଟା ଯାଇଥିବା ଅଣ୍ଡାଗୁଡ଼ିକୁ ତା’ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ୍ ମୋଗଲାଇ। ଏବେ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।



from OdishaReporter https://ift.tt/2BorWK6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages