ସଂରକ୍ଷଣକୁ ନେଇ ମାୟାବତୀ ଖେଳିଲେ ନୂଆ କାର୍ଡ: କହିଲେ ଗରିବ ମୁସଲିମଙ୍କ ପାଇଁ ରହୁ ସଂରକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ସଂରକ୍ଷଣକୁ ନେଇ ମାୟାବତୀ ଖେଳିଲେ ନୂଆ କାର୍ଡ: କହିଲେ ଗରିବ ମୁସଲିମଙ୍କ ପାଇଁ ରହୁ ସଂରକ୍ଷଣ

mayawati

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ଏସ୍‌ସି/ଏସ୍‌ଟି ବିଧେୟକ ସଂଶୋଧନକୁ ସ୍ୱାଗତ କରିଛନ୍ତି। ଏହାସହ ସଂରକ୍ଷଣକୁ ନେଇ ସେ ନୂଆ କାର୍ଡ଼ ଖୋଲିଛନ୍ତି।

ଆର୍ଥିକ ଆଧାରରେ ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦିଆଯିବା ଦାବିକୁ ସେ ସମର୍ଥନ କରିବା ସହ ଗରିବ ମୁସଲମାନ୍‌ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବା ଉଚିତ୍‌ ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଯଦି କେନ୍ଦ୍ର ସରକାର ଉଚ୍ଚ ଜାତିର ଗରିବ ଲୋକଙ୍କୁ ସମ୍ବିଧାନ ସଂଶୋଧନ ଜରିଆରେ ସଂରକ୍ଷଣ ଦେବା ପାଇଁ କୌଣସି ପଦକ୍ଷେପ ନିଅନ୍ତି, ବିଏସ୍‌ପି ଏହାକୁ ପ୍ରଥମେ ସମର୍ଥନ କରିବ। ମୁସଲମାନଙ୍କ ସମେତ ଅନ୍ୟ ସଂଖ୍ୟାଲଘୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଅନେକ ଅତି ଗରିବ ଲୋକ ଅଛନ୍ତି। ଯଦି କେନ୍ଦ୍ର ସରକାର ଉଚ୍ଚ ଜାତିଙ୍କ ପାଇଁ କୌଣସି ପଦକ୍ଷେପ ନେଉଛନ୍ତି, ତେବେ ମୁସଲମାନ ଓ ଅନ୍ୟ ସମ୍ପ୍ରଦାୟଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯିବା ଉଚିତ୍‌।”

ଲୋକସଭାରେ ପାରିତ ହୋଇଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂଶୋଧନ ବିଧେୟକକୁ ମାୟାବତୀ ସ୍ୱାଗତ କରିବା ସହ ରାଜ୍ୟସଭାରେ ଏହା ପାରିତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି।



from OdishaReporter https://ift.tt/2LULH0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages