ସ୍ୱପ୍ନରେ କେଉଁ ଦେବତାଙ୍କୁ ଦେଖିଲେ, ଜାଣନ୍ତୁ କ’ଣ ହୁଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ସ୍ୱପ୍ନରେ କେଉଁ ଦେବତାଙ୍କୁ ଦେଖିଲେ, ଜାଣନ୍ତୁ କ’ଣ ହୁଏ ?

krishna

ସ୍ୱପ୍ନଶାସ୍ତ୍ର ଅନୁସାରେ, ସ୍ୱପ୍ନରେ ଭବିଷ୍ୟତ ସମ୍ପର୍କରେ ସଂକେତ ଲୁଚି ରହିଥାଏ। ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ମଧ୍ୟ ଥାଏ। ତେବେ ସ୍ୱପ୍ନରେ ଦେବଦେବୀଙ୍କୁ ଦେଖିଲେ, କି ପ୍ରକାର ସଂକେତ ମିଳିଥାଏ, ଆସନ୍ତୁ ଜାଣିବା।

ଭଗବାନ ବିଷ୍ଣୁ: ସ୍ୱପ୍ନରେ ଭଗବାନ ବିଷ୍ଣୁଙ୍କ ଦର୍ଶନ ଭାଗ୍ୟୋଦୟର ସଂକେତ ଦେଇଥାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ବିଷ୍ଣୁ ଦର୍ଶନ ଦେଉଛନ୍ତି, ତେବେ ଖୁବ୍‌ଶୀଘ୍ର ଆପଣଙ୍କର ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ଜାଣନ୍ତୁ। ଆପଣଙ୍କ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ।
ମା’ ସରସ୍ୱତୀ: ବିଦ୍ୟା ଦେବୀ ମା’ ସରସ୍ୱତୀଙ୍କୁ ସ୍ୱପ୍ନରେ ଦେଖିଲେ, ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ସଫଳତା ମିଳିବ।

ମା’ ଦୁର୍ଗା: ସ୍ୱପ୍ନରେ ମା’ ଦୁର୍ଗାଙ୍କୁ ଦେଖିଲେ, ଆପଣ କିମ୍ବା ଆପଣଙ୍କ ଘରର କୌଣସି ବ୍ୟକ୍ତି ଦୀର୍ଘ ଦିନ ଧରି ଆକ୍ରାନ୍ତ ହୋଇଥିବା ରୋଗରୁ ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ ହେବ।
shiva

ଶିବ ଲିଙ୍ଗ: ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ଅତ୍ୟନ୍ତ ଶୁଭଦାୟକ। ସ୍ୱପ୍ନରେ ଶିବଲିଙ୍ଗ ଦେଖିବାର ଅର୍ଥ ହେଉଛି ନିକଟ ଭବିଷ୍ୟତରେ ଆପଣଙ୍କ ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ: ସ୍ୱପ୍ନରେ ଭଗବାନ କୃଷ୍ଣଙ୍କୁ ଦେଖିବାର ଅର୍ଥ ହେଉଛି, ଆପଣଙ୍କୁ ପ୍ରେମ ସମ୍ପର୍କରେ ସଫଳତା ମିଳିବା ନିଶ୍ଚିତ।

ram

ଶ୍ରୀରାମ: ସ୍ୱପ୍ନରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କୁ ଦେଖିବାର ଅର୍ଥ, ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି କ୍ଷେତ୍ରରେ ଏକ ବଡ଼ଧରଣର ସଫଳତା ମିଳିବ।

ହନୁମାନ: ଯଦି ଆପଣ ସ୍ୱପ୍ନରେ ହନୁମାନଙ୍କୁ ଦେଖୁଛନ୍ତି, ତେବେ ଆପଣ ନିଶ୍ଚିତ ନିଜ ଶତ୍ରୂ ଉପରେ ବିଜୟ ଲାଭ କରିବେ।

laxmi

ମା’ ଲକ୍ଷ୍ମୀ: ସ୍ୱପ୍ନରେ ମା’ ଲକ୍ଷ୍ମୀଙ୍କୁ ଦେଖିବାର ଅର୍ଥ ଧନ ଲାଭ ହେବା ନିଶ୍ଚିୟ । ଏହି ସ୍ୱପ୍ନ ମଧ୍ୟ ବ୍ୟବସାୟରେ ଲାଭ ମିଳିବାର ପୂର୍ବ ସଂକେତ ହୋଇଥାଏ।



from Odisha Reporter https://ift.tt/2PfT4xy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages