ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ରଣଦୀପ୍ କରୁଥିଲେ ଏସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ରଣଦୀପ୍ କରୁଥିଲେ ଏସବୁ କାମ

hooda

ନୂଆଦିଲ୍ଲୀ: ‘ଦୋ ଲଫ୍‌ଜୋ କି କାହାନୀ’, ‘ମର୍ଡର୍‌ ଥ୍ରୀ’, ‘ରଙ୍ଗ୍‌ ରସିୟା’ ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ରଣଦୀପ୍‌ ହୁଡ଼ାଙ୍କର ଆଜି ଜନ୍ମଦିନ। ୧୯୭୫ ମସିହାର ଆଜିର ତାରିଖରେ ହରିୟାଣାର ରୋହତକରେ ସେ ଜନ୍ମ ହୋଇଥିଲେ।

ରଣଦୀପ୍‌ ୨୦୦୧ରେ ଫିଲ୍ମ ‘ମନ୍‌ସୁନ୍‌ ୱେଡିଙ୍ଗ୍‌’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।

ଏହାପରେ ସେ ‘ରିସ୍କ୍‌’, ‘ଡରନା ଜରୁରୀ ହେ’, ‘ୱାନସ୍‌ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ୱାଇ’, ‘ସାହେବ୍‌ ବିବି’, ‘ଗ୍ୟାଙ୍ଗଷ୍ଟର୍‌’, ‘ଜିସ୍ମ ଟୁ’, ‘ହାଇୱେ’,‘କିକ୍‌’, ‘ଲାଲ୍‌ ରଙ୍ଗ୍‌’, ‘ସୁଲ୍‌ତାନ୍‌’ ଏବଂ ‘ବାଗି’ ଭଳି ଫିଲ୍ମରେ କାମ କରିଛନ୍ତି।

‘କର୍ମା’ ଏବଂ ‘ହୋଲି’ ଫିଲ୍ମର ସୁଟିଂ ଚାଲିଥିବା ସମୟରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସହିତ ତାଙ୍କର ଆଫାୟାର୍‌ ଚାଲିଥିଲା। ସୂଚନା ଅନୁସାରେ ଏହି ଦୁଇଟି ଫିଲ୍ମର କାମ ଚାଲିଥିବା ସମୟରେ ଦୁହିଁଙ୍କ ଆଫାୟାର୍‌ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା।

ରଣଦୀପ୍‌ ଛୋଟବେଳୁ ତାଙ୍କ ବାପା-ମା’ଙ୍କଠାରୁ ଦୂରରେ ରହି ଆଈଙ୍କ ସହିତ ରହୁଥିଲେ।

ଅଭିନେତା ହେବା ପାଇଁ ରଣଦୀପ୍‌ ଅନେକ ପରିଶ୍ରମ କରିଛନ୍ତି। ସେ ପାଠ ପଢ଼ିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ପ୍ରଥମ ବର୍ଷ ଫେଲ୍‌ ହେବା ପରେ ସେ ମେଲ୍‌ବର୍ଣ୍ଣରେ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଥିଲେ।

ଅଭିନେତା ହେବା ତାଙ୍କ ସ୍ୱପ୍ନ ଥିଲା। ସେ ଚାଇନିଜ୍‌ ରେଷ୍ଟୁରାଣ୍ଟରେ କାମ ମଧ୍ୟ କରିଛନ୍ତି। ସେ ରେଷ୍ଟୁରାଣ୍ଟରେ ୱେଟର୍‌ ଥିଲେ। ତା’ସହିତ ବାସନ ମାଜିବା ଓ କାର୍ ଧୋଇବା କାମ କରୁଥିଲେ।

 



from Odisha Reporter https://ift.tt/2vZd6EC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages