ଇଂଲଣ୍ଡ୍‌ ଦଳରୁ ବାଦ୍‌ ପଡ଼ିଲେ ୱକ୍ସ ଓ ପୋପ୍‌, ମୋଇନ୍ ଓ କରାନ୍‌ଙ୍କୁ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଇଂଲଣ୍ଡ୍‌ ଦଳରୁ ବାଦ୍‌ ପଡ଼ିଲେ ୱକ୍ସ ଓ ପୋପ୍‌, ମୋଇନ୍ ଓ କରାନ୍‌ଙ୍କୁ ଡାକରା

ସାଉଥାମ୍ପଟନ୍‌(ଓଡ଼ିଶା ରିପୋର୍ଟର୍‌): ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍‌ ଷ୍ଟାଡିୟମ୍‌ରେ ଖେଳା ଯିବାକୁ ଥିବା ଭାରତ ବିପକ୍ଷ ଚଳିତ ସିରିଜ୍‌ର ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଘରୋଇ ଇଂଲଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ଆହତ କାରଣରୁ ଦଳର ଟ୍ରେନିଂ ସେସନ୍‌ରେ ସାମିଲ ହୋଇ ନଥିବା ଅଲ୍‌ରାଉଣ୍ଡର୍‌ କ୍ରିସ୍ ୱକ୍ସଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି। ସେହିପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୨୦ ବର୍ଷ ବୟସ୍କ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ଓଲି ପୋପ୍‌ଙ୍କୁ ଚତୁର୍ଥ ଟେଷ୍ଟ୍‌ ପାଇଁ ଘୋଷିତ ଦଳରେ ସ୍ଥାନ ମିଳିନାହିଁ।

ଏହି ଖେଳାଳିଙ୍କ ସ୍ଥାନ ନେଇଛନ୍ତି ଅଲ୍‌ରାଉଣ୍ଡର୍ ତଥା ସ୍ପିନ୍‌ ସ୍ପେଶାଲିଷ୍ଟ୍‌ ମୋଇନ୍ ଅଲ୍ଲୀ ଏବଂ ୨୦ ବର୍ଷ ବୟସ୍କ ଅଲରାଉଣ୍ଡର୍‌ ତଥା ଦ୍ରୁତ ବୋଲର୍ ସାମ୍‌ କରାନ୍‌।

ତେବେ ଟ୍ରେଣ୍ଟ୍‌ବ୍ରିଜ୍‌ ଟେଷ୍ଟ୍‌ରେ କିପିଂ ବେଳେ ଆଘାତ ପାଇଥିବା ଜନି ବେୟାର୍‌ଷ୍ଟୋ ଏହା ମଧ୍ୟରେ ଆହତ ସମସ୍ୟାରୁ ମୁକୁଳିଛନ୍ତି। କିନ୍ତୁ ବେୟାର୍‌ଷ୍ଟୋଙ୍କୁ କିପିଂ ଗ୍ଲୋବ୍‌ସ ଦେଇ ଘରୋଇ ଇଂଲିଶ୍ ଦଳ ରିସ୍କ୍‌ ନେବାକୁ ଚାହୁଁ ନଥିବାରୁ ସେ କେବଳ ସ୍ପେଶାଲିଷ୍ଟ୍‌ ବ୍ୟାଟ୍‌ସମ୍ୟାନଭାବେ ଖେଳିବେ ଏବଂ ଗୁରୁତ୍ବପୂର୍ଣ୍ଣ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ।

ବେୟାର୍‌ଷ୍ଟୋଙ୍କ ସ୍ଥାନରେ ଜୋସ୍ ବଟଲର୍‌ ୱିକେଟ୍‌ କିପିଂ ଭାର ସମ୍ଭାଳିବେ ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ସ୍ପଷ୍ଟ କରିଛନ୍ତି। ସେହିଭଳି ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ କିଛିଟା ଆଘାତଜନିତ ସମସ୍ୟାରେ ପଡ଼ିଥିଲେ ହେଁ ସେ ଚତୁର୍ଥ ଟେଷ୍ଟ୍ ଖେଳିବା ନିଶ୍ଚିତ ହୋଇଛି।

ତେବେ ଫର୍ମ ପାଇଁ ସଂଘର୍ଷ କରୁଥିବା ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଓପନର୍‌ ଆଲିଷ୍ଟର୍‌ କୁକ୍‌ଙ୍କ ଉପରେ ଘରୋଇ ଦଳ ପୂର୍ବ ଭରସା ଅତୁଟ ରଖିଛି।

୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ଏବେ ଇଂଲଣ୍ଡ ଦଳ ୨-୧ରେ ଆଗୁଆ ରହିଛି। ତେବେ ଟ୍ରେଣ୍ଟ୍‌ବ୍ରିଜ୍‌ର ତୃତୀୟ ଟେଷ୍ଟ୍‌କୁ ବୃହତ୍‌ ବ୍ୟବଧାନରେ ଜିତି ଭ୍ରମଣକାରୀ ଦଳ ସିରିଜ୍‌କୁ କମ୍‌ବ୍ୟାକ୍‌ କରିବା ପରେ ଏବେ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହ ରୋଜ୍‌ ବାଉଲ୍‌ ପଡ଼ିଆକୁ ଓହ୍ଲାଇବ।

କିନ୍ତୁ ସିରିଜ୍‌ ବଞ୍ଚାଇବା ପାଇଁ ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆକୁ ଚତୁର୍ଥ ଟେଷ୍ଟ୍‌ରେ ଦମ୍‌ଦାର୍ ପ୍ରଦର୍ଶନ କରିବାକୁ ପଡ଼ିବ। ଆଉ ଚତୁର୍ଥ ଟେଷ୍ଟ୍‌କୁ କବ୍‌ଜା କରିପାରିଲେ ଭାରତୀୟ ଦଳ ପଞ୍ଚମ ତଥା ସିରିଜ୍‌ର ଅନ୍ତିମ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଘରୋଇ ଦଳକୁ ପ୍ରବଳ ଚାପରେ ରଖିପାରିବ।

ତେବେ ସିରିଜ୍‌ରେ ଆଗୁଆ ଥିବା ଇଂଲିଶ୍ ଦଳ ଭାରତୀୟ ଦଳକୁ ଏତେ ସହଜରେ ମ୍ୟାଚ୍‌ ଛାଡ଼ିଦେବାର ମୁଡ୍‌ରେ ନାହିଁ।

ଚତୁର୍ଥ ଟେଷ୍ଟ୍‌ ପାଇଁ ଘୋଷିତ ଇଂଲଣ୍ଡ ଦଳ: ଆଲିଷ୍ଟର୍‌ କୁକ୍‌, କିଟନ୍‌ ଜେନିଙ୍ଗ୍‌ସ, ଜୋ ରୁଟ୍ (ଅଧିନାୟକ), ଜନି ବେୟାର୍‌ଷ୍ଟୋ, ବେନ୍ ଷ୍ଟୋକ୍ସ, ଜୋସ୍‌ ବଟଲର୍‌(ୱିକେଟ୍‌ କିପର୍‌), ମୋଇନ୍ ଅଲ୍ଲୀ, ସାମ୍ କରନ୍‌, ଆଡିଲ୍ ରସିଦ୍‌, ଷ୍ଟୁଆର୍ଟ୍‌ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌।



from Odisha Reporter https://ift.tt/2NuW08k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages