ଭାଇଙ୍କୁ ରାଖୀ ବାନ୍ଧିବା ବେଳେ ଏସବୁ ଦିଗକୁ ଦୃଷ୍ଟି ଦିଅନ୍ତୁ, ନହେଲେ ପଡ଼ିପାରେ ଅଶୁଭ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଭାଇଙ୍କୁ ରାଖୀ ବାନ୍ଧିବା ବେଳେ ଏସବୁ ଦିଗକୁ ଦୃଷ୍ଟି ଦିଅନ୍ତୁ, ନହେଲେ ପଡ଼ିପାରେ ଅଶୁଭ ପ୍ରଭାବ

rakhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଖୀ’ ହେଉଛି ଭାଇ-ଭଉଣୀଙ୍କ ସମ୍ପର୍କର ପ୍ରତୀକ। ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥା’ନ୍ତି। ସେହିଭଳି ରାଖୀ ପିନ୍ଧି ଭାଇ, ଭଉଣୀଙ୍କୁ ଜୀବନରେ ସବୁ ବିପଦରୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଅନ୍ତି ।

ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ରାଖୀ ପୂର୍ଣ୍ଣିମା ପାଳନ କରାଯିବ। ତେବେ ଏହି ଦିନ ରାଖୀ ବାନ୍ଧିବା ସମୟରେ ଆପଣଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ। ଆଉ ଏହିସବୁ ନିୟମ ପ୍ରତି ଗୁରୁତ୍ୱ ନଦେଲେ, ଏହାର ଖରାପ ପ୍ରଭାବ ମଧ୍ୟ ପଡ଼ିବାର ଆଶଙ୍କା ରହିଛି।

ଜ୍ୟୋତିଷ ଶାସ୍ତ୍ରରେ ରାଖୀ ବାନ୍ଧିବାର କିଛି ନିର୍ଦ୍ଦିଷ୍ଟ ରୀତି ସମ୍ପର୍କରେ ଉଲ୍ଲେଖ ରହିଛି।

ଏବେ ଆସନ୍ତୁ ଜାଣିବା, ରାଖୀ ବାନ୍ଧିବା ବେଳେ କେଉଁ ଦିଗଗୁଡ଼ିକ ପ୍ରତି ଗୁରୁତ୍ୱ ଦେବେ।

୧. ବଜାରରେ ବହୁ ପ୍ରକାରର ରାଖୀ ମିଳିଥାଏ। ତେବେ ତତ୍‌କ୍ଷଣାତ୍‌ ଦୃଷ୍ଟି ଆକର୍ଷଣ କରିବା ଭଳି ରାଖୀରେ ବିଭିନ୍ନ କୃତ୍ରିମ ସାମଗ୍ରୀ ବ୍ୟବହାର କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଆପଣ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ରାଖୀ ହିଁ ଭାଇ ହାତରେ ବାନ୍ଧନ୍ତୁ। ଏହା ସେମାନଙ୍କ ଉନ୍ନତିରେ ସହାୟକ ହେବ।

ବାସ୍ତୁଶାସ୍ତ୍ରରେ ଦିଗର ମହତ୍ୱ ବହୁତ ଅଧିକ। ଭାଇ ହାତରେ ରାଖୀ ବାନ୍ଧିବା ସମୟରେ ଆପଣ ଓ ଆପଣଙ୍କ ଭାଇ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସନ୍ତୁ। ପୂର୍ବ ଦିଗକୁ ଉଭୟ ମୁହଁ କରି ମଧ୍ୟ ବସି ପାରିବେ।

୨. ବଜାରରେ ରଙ୍ଗ, ବେରଙ୍ଗର ରାଖୀ ମିଳିଥାଏ। ହେଲେ ସବୁବେଳେ ମନେ ରଖିବେ, କଳା ରଙ୍ଗର ରାଖୀ ଆପଣ କେବେ ବି ଭାଇ ହାତରେ ବାନ୍ଧିବେ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ, ହଳଦିଆ, ଲାଲ ଓ ନାରଙ୍ଗି ରଙ୍ଗର ରାଖୀ ଶୁଭ ଫଳ ଦେଇଥାଏ।

୩. ବାସ୍ତୁଶାସ୍ତ୍ରରେ ଦିଗର ମହତ୍ୱ ବହୁତ ଅଧିକ। ଭାଇ ହାତରେ ରାଖୀ ବାନ୍ଧିବା ସମୟରେ ଆପଣ ଓ ଆପଣଙ୍କ ଭାଇ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସନ୍ତୁ। ପୂର୍ବ ଦିଗକୁ ଉଭୟ ମୁହଁ କରି ମଧ୍ୟ ବସି ପାରିବେ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି ହେବ। କେବେ ବି ଉତ୍ତର-ପଶ୍ଚିମ ଦିଗକୁ ମୁହଁ କରି ରାଖୀ ବାନ୍ଧନ୍ତୁ ନାହିଁ।

୪. ରାଖୀ ବାନ୍ଧିବା ସମୟରେ, ଘରର କବାଟ ଓ ଝରକା ଖୋଲା ରଖନ୍ତୁ, ଯେମିତି ଶୁଦ୍ଧ ପବନ ଘରେ ପ୍ରବେଶ କରୁଥିବ। ଏହାଦ୍ୱାରା ଘର ଭିତରକୁ ସକାରାତ୍ମକ ଉର୍ଜା ପ୍ରବେଶ କରିବ।

୫. ଭଉଣୀ ରାଖୀ ବାନ୍ଧିବା ପରେ ଭାଇ ତାଙ୍କୁ କିଛି ଉପହାର ଦେଇଥା’ନ୍ତି। ମନେ ରଖିବେ, ଭଉଣୀଙ୍କୁ କେବେବି ନକଲି କିମ୍ବା କଣ୍ଟାଯୁକ୍ତ ଉପହାର ଦେବେ ନାହିଁ।



from Odisha Reporter https://ift.tt/2MrxQzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages