ବିଜେପିର ଲୋକପ୍ରିୟତାରେ ମମତା ଛାନିଆ, କରୁଛନ୍ତି ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ବିଜେପିର ଲୋକପ୍ରିୟତାରେ ମମତା ଛାନିଆ, କରୁଛନ୍ତି ଏମିତି କାମ

bharati_ghosh

ନୂଆଦିଲ୍ଲୀ: ବିଜେପିର ଲୋକପ୍ରିୟତା ବଢ଼ୁଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛାନିଆ ହୋଇଯାଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସ୍‌ର ଭାରତୀ ଘୋଷ।

ସେ କହିଛନ୍ତି, “ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଉପରେ ତୃଣମୂଳ କଂଗ୍ରେସ୍‌ (ଟିଏମ୍‌ସି)ର ନିର୍ଦ୍ଦେଶ ଅନୁସାରେ କାମ କରିବାକୁ ଚାପ ପ୍ରୟୋଗ କରାଯାଉଛି।”

ଟିଭି ଟୁଡେ ନେଟ୍‌ୱର୍କ ସହ ଆଲୋଚନା ବେଳେ ସେ କହିଛନ୍ତି, “ମିଦନାପୁରର ସବାଙ୍ଗ ଉପ ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିବା କାରଣରୁ ମୋତେ ଏକୁଟିଆ କରି ଦିଆଗଲା। ରାଜ୍ୟରେ ଯେଉଁଠି ବିଜେପିର ଲୋକପ୍ରିୟତା ବଢ଼ୁଛି, ମମତା ସରକାର ସେଠାରେ ସରକାରୀ ଅଧିକାରୀଙ୍କ ବଦଳି କରି ଦେଉଛନ୍ତି। ରାଜ୍ୟରେ ସରକାରୀ ଅଧିକାରୀଙ୍କୁ ଟିଏମ୍‌ସି କଥାରେ ଚାଲିବାକୁ ଚାପ ପ୍ରୟୋଗ କରାଯାଉଛି।”

ସେ ଆହୁରି କହିଛନ୍ତି, “ସବାଙ୍ଗରେ ମୁଁ ନିରପେକ୍ଷ ନିର୍ବାଚନ କରାଇବା କାରଣରୁ ସରକାରୀ ଦଳ ମୋ ଉପରେ ରାଗି ଗଲା। କାରଣ ଏହି ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିଥିଲା। ମୁଁ ତାଙ୍କ (ଟିଏମ୍‌ସି)ର ନିର୍ଦ୍ଦେଶ ପାଳନ କରିଲି ନାହିଁ। ତେଣୁ ମୋ ଉପରେ ବଟି ଆଦାୟର ମିଛ ଅଭିଯୋଗ ଲଦି ଦେଲେ।”

ଭାରତୀ କହିଛନ୍ତି, “ମୁଁ ନିଜ ଆତ୍ମସମ୍ମାନ ସହ ବୁଝାମଣା କରିପାରିବି ନାହିଁ। ମୁଁ କୌଣସି ରାଜନୈତିକ ଦଳର ଇଚ୍ଛାରେ ଚାଲିପାରିବି ନାହିଁ। ସବୁ ଅଫିସର୍‌ ରାଜନୈତକ ଦଳଙ୍କ ଇଚ୍ଛାରେ ଚାଲିପାରିବେ ନାହିଁ। ତେଣୁ ଯେତେବେଳେ ମୋ ଉପରେ ବଟି ଆଦାୟ ଅଭିଯୋଗ ଅଣାଗଲା, ମୁଁ ମୋ ପଦରୁ ଇସ୍ତଫା ଦେଇଦେଲି।”

ସେ କହିଛନ୍ତି, “ଟିଏମ୍‌ସି ଅନୁସାରେ କାମ ନକରିବାରୁ ଡିଜିପି ବହୁତ କଥା ଶୁଣାଇଥିଲେ। ମୋତେ ଏକଘରିଆ କରିଦିଆଗଲା। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ମୁଁ ଇସ୍ତଫା ଦେଇଦେଲି।”

ସୂଚନାଯୋଗ୍ୟ, ଜୋରଜବରଦସ୍ତ ବଟି ଆଦାୟ ଅଭିଯୋଗରେ ଭାରତୀଙ୍କ ଘରେ ସିଆଇଡି ଚଢ଼ଉ କରିଥିଲା। ଏହାପରେ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିଲେ।

ସୌଜନ୍ୟ- ଆଜ୍‌ତକ୍‌



from OdishaReporter https://ift.tt/2vygGoS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages