
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟମାନେ ଘିଅ ଖାଇବାକୁ ଅଧିକ ପସନ୍ଦ କରନ୍ତି। କିଛି ଲୋକ ଘିଅ ଖାଇବାକୁ ମାତ୍ରାଧିକ ଭଲ ପାଇଥାନ୍ତି। ତେଣୁ ଅଧିକରୁ ଅଧିକ ଘିଅ ଖାଇଥାନ୍ତି। ହେଲେ ଜାଣି ରଖିବା ଉଚିତ୍ ଅଧିକ ଘିଅ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଜଣେ ସୁସ୍ଥ ମଣିଷ କେତେ ଘିଅ ଖାଇବା ଉଚିତ୍।

ବିଶେଷଜ୍ଞଙ୍କ ମତ ଅନୁସାରେ ଦିନକୁ ଦୁଇ ଚାମଚ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ।

ବଜାରରେ ବିଭିନ୍ନ ପ୍ରକାରର ଘିଅ ମିଳୁଛି। ହେଲେ ଗାଈ ଘିଅ ଶରୀର ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ହୋଇ ରହିଥାଏ। ତେଣୁ ଯଦି ଘିଅ ଖାଉଛନ୍ତି, ତେବେ ଗାଈ ଘିଅ ହିଁ ଖାଆନ୍ତୁ।
from OdishaReporter https://ift.tt/2OM9H3T
No comments:
Post a Comment