କମଲ୍‌ ହାସନ୍‌ ମୋଦି ବିରୋଧୀ ନା ସପକ୍ଷବାଦୀ? ଦେଲେ ଏଇଭଳି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

କମଲ୍‌ ହାସନ୍‌ ମୋଦି ବିରୋଧୀ ନା ସପକ୍ଷବାଦୀ? ଦେଲେ ଏଇଭଳି ଉତ୍ତର

kamal hassan

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ହୋଇଥିବା ସୁପରଷ୍ଟାର୍‌ କମଲ୍‌ ହାସନ୍‌ ନିଜର ଦଳ ଗଢ଼ିବା ପରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ବିଶେଷ କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ କଥା ଶୁଣିବାକୁ ମିଳୁଛି। ଏପରି ସ୍ଥିତିରେ ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେଇ ମୋଦିଙ୍କୁ ନେଇ ସେ ତାଙ୍କ ମତ ସ୍ପଷ୍ଟ କରିଛନ୍ତି।

କମଲ୍ କହିଛନ୍ତି, “ ପ୍ରଧାନମନ୍ତ୍ରୀ ମୋଦି ବି ଜଣେ ମଣିଷ। ତାଙ୍କୁ ମୁଁ ଜଣେ ମଣିଷ ହିସାବରେ ଦେଖେ। ଏଠାରେ ମୋଦି ବିରୋଧୀର କିଛି ମାନେ ନାହିଁ। ମୁଁ ତାଙ୍କ ଚିନ୍ତାଧାରର ବିରୋଧୀ ହୋଇପାରେ କିମ୍ବା ସପକ୍ଷବାଦୀ ମଧ୍ୟ ହୋଇପାରେ।”

kamal hassanସେ ଆହୁରି କହିଛନ୍ତି, “ରାହୁଲ ଗାନ୍ଧି, କମଲ୍‌ ହାସନ୍‌ କିମ୍ବା ରଜନୀକାନ୍ତ ହୁଅନ୍ତୁ- ଆମେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ଉଚିତ୍‌ ନୁହେଁ। ଅନ୍ୟମାନେ ମଧ୍ୟ ଏହା ବନ୍ଦ କରିବା ଦରକାର। ମୁଁ ମୋଦି ସପକ୍ଷବାଦୀ ନୁହେଁ କି ବିରୋଧୀ ନୁହେଁ। ମୁଁ ଦେଶ ସପକ୍ଷରେ ଓ ଏହାର ପ୍ରଗତି ସପକ୍ଷରେ ରହିଛି।”

କମଲ୍ କହିଛନ୍ତି, “ଜାତୀୟ ସ୍ୱାର୍ଥକୁ ନେଇ ସବୁ ରାଜନୈତିକ ଦଳଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ଦରକାର। ଅନେକ ଦଳ କହୁଛନ୍ତି ଦେଶରେ ଏହି ପାର୍ଟି ବା ସେହି ପାର୍ଟି ନରହୁ। ଦାରିଦ୍ର୍ୟବିହୀନ ଦେଶ ଗଠନ ଆମର ପ୍ରାଥମିକତା ହେବା ଦରକାର। ଏହା ଆମର ଶତ୍ରୁ ହେବା ଦରକାର, ବିରୋଧୀ ଦଳ ନୁହେଁ।”

ସୂଚନାଯୋଗ୍ୟ, ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଏହି ସୁପରଷ୍ଟାର୍ ଗତ ଫେବ୍ରୁଆରୀ ମାସରେ ନିଜ ରାଜନୈତିକ ଦଳ ଘୋଷଣା କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ କମଲ୍‌ ହାସନ୍‌ଙ୍କ ଦଳ ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇବ।

ସୌଜନ୍ୟ- ଏନ୍‌ଡିଟିଭି



from OdishaReporter https://ift.tt/2vuEx8Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages