ଏପରି ସଙ୍କେତ ଥିବା ମହିଳା ହୋଇଥାନ୍ତି ସୌଭାଗ୍ୟବତୀ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଏପରି ସଙ୍କେତ ଥିବା ମହିଳା ହୋଇଥାନ୍ତି ସୌଭାଗ୍ୟବତୀ 

women

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ନାରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଭାରତୀୟ ସମାଜରେ ନାରୀକୁ ଆଦିଶକ୍ତିର ସ୍ୱରୂପ ବୋଲି ବିଶ୍ୱାସ କରାଯାଏ।

ବାପଘରେ ହେଉ କି ଶାଶୁଘରେ ନାରୀକୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ। ଏମାନେ ଉଭୟ ବାପଘର ଓ ଶାଶୁଘର ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି।

ନାରୀଙ୍କ ଶରୀରରେ ଥିବା କିଛି ସଙ୍କେତରୁ ସେମାନଙ୍କ ବିଷୟରେ ଜାଣି ହୋଇଥାଏ। ଏନେଇ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଆସନ୍ତୁ ଜାଣିବା କ’ଣ ଏହି ସଙ୍କେତ ଓ ଏହା କେଉଁ ପ୍ରକାର ସୌଭାଗ୍ୟ ଆଣିଥାଏ।

ପାଦ ତଳେ ଥିବା ତ୍ରିକୋଣ

ସମୁଦ୍ର ଶାସ୍ତ୍ର ଅନୁସାରେ, ଯେଉଁ ମହିଳାଙ୍କ ତଳିପାରେ ତ୍ରିକୋଣ ଚିହ୍ନ ରହିଥାଏ, ସେମାନଙ୍କ ବୁଝିବା ଶକ୍ତି ଅଧିକ ହୋଇଥାଏ। ଏମାନେ ବୁଦ୍ଧିମାନ ହୋଇଥାନ୍ତି। ନିଜ ବୁଦ୍ଧି ବଳରେ ପରିବାରିକ ସମସ୍ୟା ଦୂର କରିଥାନ୍ତି।

ନାଭି ସଙ୍କେତ

ଯେଉଁ ମହିଳାଙ୍କ ନାଭି ପାଖରେ କିମ୍ୱା ତା’ର ଠିକ୍‌ ତଳେ ଭାତୁଡ଼ି କିମ୍ବା କଳାଜାଇ ରହିଥାଏ, ସେମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। ଏପରି ଚିହ୍ନ ଭବିଷ୍ୟତରେ ସେମାନେ ସୁଖୀ ଏବଂ ସମ୍ପନ୍ନ ଜୀବନ ସମ୍ପର୍କରେ ସୂଚାଇଥାଏ।
ପାଦ ଆଙ୍ଗୁଠି

ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଅଧିକ ଲମ୍ୱା ହୋଇଥାଏ, ସେମାନଙ୍କ ଜୀବନରେ ବାରମ୍ୱାର ସମସ୍ୟା ଆସିଥାଏ। କିନ୍ତୁ ଯେଉଁ ମହିଳାଙ୍କ ଆଙ୍ଗୁଠି ଚଉଡ଼ା, ଗୋଲ୍‌ ଏବଂ ଲାଲ୍‌ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି।

ସର୍ପାକାର ଚିହ୍ନ

ଯେଉଁ ମହିଳାଙ୍କ ତଳିପାରେ ସର୍ପାକାର ଚିହ୍ନ ରହିଥାଏ, ସେମାନଙ୍କ ଭାଗ୍ୟ ସବୁବେଳେ ତାଙ୍କ ସାଥୀରେ ରହିଥାଏ। ସେମାନଙ୍କ ଜୀବନରେ ବହୁତ୍‌ କମ୍‌ ସମସ୍ୟା ଆସିଥାଏ। ଏହି ମହିଳାଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ରହିଥାଏ।

ଶଙ୍ଖ, ପଦ୍ମ ଏବଂ ଚକ୍ର ଚିହ୍ନ

ମହିଳାଙ୍କ ପାଦ ତଳେ ଶଙ୍ଖ, ପଦ୍ମ ଏବଂ ଚକ୍ର ଚିହ୍ନ ରହିଲେ, ସେମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। ସେ କିମ୍ୱା ତାଙ୍କ ସ୍ୱାମୀ ଏକ ବଡ଼ ପଦବୀରେ ରହିଥା’ନ୍ତି।

ନାକ ଚିହ୍ନ

ଯେଉଁ ମହିଳାଙ୍କ ଗୋଟିଏ ପଟ ନାକରେ କଳାଜାଇ କିମ୍ୱା ଭାତୁଡ଼ି ରହିଥାଏ, ସେମାନଙ୍କ ଭାଗ୍ୟ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥାଏ।

ଗଭୀର ନାଭି

ଯେଉଁ ମହିଳାଙ୍କ ନାଭିରେ ଗଭୀର ଗର୍ତ୍ତ ରହିଥାଏ ଓ ଭିତରୁ କିଛି ଅଂଶ ଉଠି ରହିଥାଏ, ସେମାନେ ନିଜ ଜୀବନରେ ସୁଖ ଭୋଗ କରିଥା’ନ୍ତି।

ନରମ ଜିଭ

ଲାଲ୍‌ ଏବଂ ନରମ ଜିଭ ଥିବା ମହିଳାଙ୍କ ଜୀବନ ସୁଖମୟ ହୋଇଥାଏ। ଏପରି ମହିଳା ପରିବାରକୁ ସୁଖରେ ରଖିଥା’ନ୍ତି।

ହରିଣୀ ପରି ଆଖି

ହରିଣୀ ପରି ଆଖି ଥିବା ମହିଳାଙ୍କ ଜୀବନରେ ସୁଖ ଏବଂ ପ୍ରେମ ସବୁବେଳେ ଲାଗି ରହିଥାଏ। ଏହା ବ୍ୟତୀତ ଯେଉଁ ମହିଳାଙ୍କ ଆଖିର ଧଳା ଅଂଶରେ ଲାଲ୍‌ ରଙ୍ଗ ରହିଥାଏ, ସେମାନେ ନିଜ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥା’ନ୍ତି।

ସମାନ ଲମ୍ୱର ଆଙ୍ଗୁଠି

ଯେଉଁ ମହିଳାଙ୍କ ସମସ୍ତ ଆଙ୍ଗୁଠି ସମାନ ଲମ୍ୱର ହୋଇଥାଏ, ସେହି ମହିଳାମାନେ ସାରା ଜୀବନ ଖୁସି ପାଇବା ସହିତ ପରିବାରକୁ ମଧ୍ୟ ଖୁସିରେ ରଖିଥା’ନ୍ତି।



from OdishaReporter https://ift.tt/2OZq79b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages