‘ବିଜେଡିକୁ CBI ଭୟ ଘାରିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

‘ବିଜେଡିକୁ CBI ଭୟ ଘାରିଛି’

niranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବିଜେଡ଼ିକୁ ସିବିଆଇ ଭୟ ଘାରିଛି। ତେଣୁ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରିଛି।’ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନେଇ ବିଜେଡି ଉପରେ ଏମିତି ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେ ଆହୁରି କହିଛନ୍ତି,“ଗତ ୪ ବର୍ଷ ହେଲା ସବୁକ୍ଷେତ୍ରରେ ବିଜେପି ସହିତ ବିଜେଡି ସାମିଲ ହୋଇଛି। ବିଜେଡିର ସମଦୂରତା ଉକ୍ତି କେତେ ସତ୍ୟ ଜନସାଧାରଣ ବିଚାର କରିବେ।”

ପିସିସି ସଭାପତିଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,“ଆମେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛୁ। କିନ୍ତୁ ଏବେବି ଆମେ ବିଜେପି ପାଖରୁ ସମଦୂରତା ବଜାୟ ରଖିଛୁ ଓ ରଖିବୁ।”

ସେ ଆହୁରି କହିଛନ୍ତି,“ପିସିସି ସଭାପତିଙ୍କ ମତ ଭିତ୍ତିହୀନ ଓ ଏଥିରେ କିଛି ବାସ୍ତବତା ନାହିଁ।”

ସୂଚନାଯୋଗ୍ୟ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିଛି।  ହରିବଂଶ ବିଜୟୀ ହୋଇଛନ୍ତି ଓ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି।

ହରିବଂଶଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ଅନ୍ୟପକ୍ଷରେ କଂଗ୍ରେସ୍ ପ୍ରାର୍ଥୀ ବି.କେ ହରିପ୍ରସାଦ ୧୦୫ଟି ଭୋଟ୍ ପାଇଥିଲେ।

 

 



from OdishaReporter https://ift.tt/2MbAl7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages