
ନୂଆଦିଲ୍ଲୀ: ଚୀନ୍ର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Homtom ଭାରତରେ ୩ଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏଗୁଡ଼ିକର ନାଁ ରହିଛି H1, H3 ଏବଂ H5। ଏହି ସ୍ମାର୍ଟଫୋନ୍ରେ କମ୍ପାନୀ ୩ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଦେବା ସହ ଦୁଇ ଥର ସ୍କ୍ରିନ୍ ରିପ୍ଲେସ୍ମେଣ୍ଟର ସୁବିଧା ମଧ୍ୟ ଦେଇଛି।
Homtom H1ର ଦାମ୍ ୭,୪୯୦ ଟଙ୍କା ରହିଥିବା ବେଳେ H3ର ଦାମ୍ ୯,୯୯୦ ଟଙ୍କା ଓ H5ର ଦାମ ୧୦ ହଜାର ୯୯୦ ଟଙ୍କା ରହିଛି।
H1 ଓ H5 ବ୍ଲକ୍ ଓ ଗୋଲ୍ଡେନ୍ ରଙ୍ଗରେ ମିଳୁଛି। H3 ବ୍ଲାକ୍, ସିଲ୍ଭର୍ ଏବଂ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି।
Homtom H1ରେ ୫.୫ ଇଞ୍ଚର ଡିସ୍ପ୍ଲେ ରହିଛି। ଏଥିରେ ୨ ଜିବିର ରାମ୍ ରହିଛି। ୧୬ GBର ଇଣ୍ଟରନାଲ୍ ମେମୋରୀ ରହିଛି। ଫ୍ରଣ୍ଟ୍ କ୍ୟାମେରା ୮ ମେଗାପିକ୍ସଲର ହୋଇଥିବା ବେଳେ ୧୩ ମେଗାପିକ୍ସଲର ବ୍ୟାକ୍ କ୍ୟାମେରା ରହିଛି।
Homtom H3ରେ ୫.୫ ଇଞ୍ଚର ଡିସ୍ପ୍ଲେ ରହିଛି। ଏଥିରେ ୩ ଜିବିର ରାମ୍ ରହିଛି। ୩୨ GBର ଇଣ୍ଟରନାଲ୍ ମେମୋରୀ ରହିଛି। ଫ୍ରଣ୍ଟ୍ କ୍ୟାମେରା ୮ ମେଗାପିକ୍ସଲର ହୋଇଥିବା ବେଳେ ୧୩ ମେଗାପିକ୍ସଲର ବ୍ୟାକ୍ କ୍ୟାମେରା ରହିଛି।
Homtom H5ରେ ୫.୫ ଇଞ୍ଚର ଡିସ୍ପ୍ଲେ ରହିଛି। ଏଥିରେ ୩ ଜିବିର ରାମ୍ ରହିଛି। ୩୨ GBର ଇଣ୍ଟରନାଲ୍ ମେମୋରୀ ରହିଛି। ଫ୍ରଣ୍ଟ୍ କ୍ୟାମେରା ୮ ମେଗାପିକ୍ସଲର ହୋଇଥିବା ବେଳେ ୧୬ ମେଗାପିକ୍ସଲର ବ୍ୟାକ୍ କ୍ୟାମେରା ରହିଛି।
from Odisha Reporter https://ift.tt/2NjkwJy
No comments:
Post a Comment