
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ରତ୍ନା ବ୍ୟାନର୍ସ ଦ୍ୱାରା ନିର୍ମାଣ ହେଉଥିବା ‘ISHQ ପୁଣି ଥରେ’ର ଫାଷ୍ଟ୍ ଲୁକ୍ ଆସିଛି।
ଏହି ଫିଲ୍ମ ଜରିଆରେ ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରାୟ ୩ ବର୍ଷ ପରେ
ପୁଣି ଥରେ ପରଦାରେ ଏକାଠି ହୋଇଛନ୍ତି।
ଜ୍ୟୋତି ଦାସ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ପୂର୍ବରୁ ସେ ‘ଶୁଭବିବାହ’, ‘ତୋ ବିନା ଭଲ ଲାଗେନା’ ଓ ‘ଅଶୋକ ସମ୍ରାଟ୍’ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଏହାର ମ୍ୟୁଜିକ୍ ଡାଇରେକ୍ଟର ଅଛନ୍ତି ପ୍ରେମ୍ ଆନନ୍ଦ।
ଫିଲ୍ମର ମହୁରତ ବେଳେ ଓଲିଉଡ଼ର କିଛି କଳାକାରଙ୍କୁ ଦେଖିବାକୁ ମିଳିଥିଲା। ବବି ମିଶ୍ର ମଧ୍ୟ ମହୁରତ୍ ବେଳେ ଉପସ୍ଥିତ ଥିଲେ।
ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ISHQ ତୁ ହି ତୁ’ରେ ଅରିନ୍ଦମ୍ ଏବଂ ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଏହି ଫିଲ୍ମରେ ଏଲିନା ଓଲିଉଡ଼ରେ ଡେବ୍ୟୁ କରିଥିଲେ।
from Odisha Reporter https://ift.tt/2BwrkC8
No comments:
Post a Comment