୧୨ ହଜାର ଟଙ୍କା କମ୍‌ରେ ମିଳୁଛି Samsung Galaxy S8+ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

୧୨ ହଜାର ଟଙ୍କା କମ୍‌ରେ ମିଳୁଛି Samsung Galaxy S8+

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସ୍ମାର୍ଟ୍ ଫୋନ୍ ନିର୍ମାତା କମ୍ପାନୀ ସାମ୍‌ସଙ୍ଗ୍‌ ଭାରତରେ ନିଜ ଗ୍ୟାଲାକ୍ସି ଲାଇନ୍‌ ଅପ୍‌କୁ Note 9 ସହ ଅପଡେଟ୍‌ କରିଛି। Note 9 ଲଞ୍ଚ୍ କରିବା ସହ କମ୍ପାନୀ ତା’ର ପୁରୁଣା ମଡେଲ Samsung Galaxy S8+ର ଦାମ୍‌ ୧୨ ହଜାର ଟଙ୍କା କମ୍‌ କରିଦେଇଛି।

ମହାରାଷ୍ଟ୍ରର ସ୍ମାର୍ଟ୍‌ ଫୋନ୍‌ ରିଟେଲର୍‌ ମହେଶ ଟେଲିକମ୍‌ ଚ୍ୱିଟ୍ କରି ସୂଚନା ଦେଇଛି ଯେ ଏବେ Samsung Galaxy S8+କୁ ମାତ୍ର ୩୯,୯୯୦ ଟଙ୍କାରେ କିଣିହେବ। ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଏହି ସ୍ମାର୍ଟ୍‌ ଫୋନ୍‌କୁ ୫୧, ୯୯୦ ଟଙ୍କାରେ ସେଲ୍‌ କରାଯିବ। କେବଳ ଅଫ୍‌ଲାଇନ୍‌ ଷ୍ଟୋର୍‌ଗୁଡ଼ିକରେ ହିଁ ଆପଣ ଏହି ଫୋନ୍‌କୁ ୧୨ହଜାର ଟଙ୍କା କମ୍‌ରେ କିଣିପାରିବେ। ଆଶା କରାଯାଉଛି, ଅନ୍‌ଲାଇନ୍‌ରେ ମଧ୍ୟ ଖୁବ୍‌ଶୀଘ୍ର Samsung Galaxy S8+ ୧୨ହଜାର ଟଙ୍କା କମ୍‌ରେ ମିଳିବ।

ଏହି ସ୍ମାର୍ଟ୍‌ ଫୋନ୍‌ର ଫିଚର୍ କଥା କହିଲେ, Samsung Galaxy S8+ରେ ୬.୨ ଇଞ୍ଚର କ୍ୱାଡ୍ ଏଚ୍‌ଡି ପ୍ଲସ୍‌ ସୁପର୍‌ ଏମୋଲେଡ୍‌ ସ୍କ୍ରିନ୍‌ ଦିଆଯାଇଛି। ପ୍ରୋଟେକ୍ସନ୍‌ ପାଇଁ ଏଥିରେ କ୍ରୋନିଂ ଗରିଲା ଗ୍ଲାସ୍‌ ୫ ଦିଆଯାଇଛି। କମ୍ପାନୀର ସୂଚନା ଅନୁଯାୟୀ, ଏହା ପ୍ରଥମ ସ୍ମାର୍ଟ୍‌ ଫୋନ୍‌ ଯାହାକି UHD Alliance ମାନ୍ୟତାପ୍ରାପ୍ତ।

ଏଥିରେ କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ୍ ୮୩୫ ପ୍ରୋସେସର୍‌ ଦିଆଯାଇଛି। ଏହି ଫୋନ୍‌ରେ ୪GB ରାମ୍‌ ଦିଆଯାଇଥିବାବେଳେ ଇଣ୍ଟରନାଲ୍‌ ମେମୋରିକୁ ଏସ୍‌ଡି କାର୍ଡରେ ୨୫୬GB ଯାଏ ବଢ଼ାଯାଇ ପାରିବ। ଏହାର ବିଶେଷତ୍ୱ ହେଉଛି, କ୍ୟାମେରା। କମ୍ପାନୀ ଏହି ଫୋନ୍‌ରେ ପ୍ରଥମ ଥର ପାଇଁ ଡୁଆଲ୍‌ କ୍ୟାମେରା ଦେଇଛି। ଏଥିରେ f1.7 ଅପଚର୍‌ ୧୨ ମେଗାପିକ୍ସେଲ୍‌ର  ଡୁଆଲ୍‌ ରିୟର୍‌ କ୍ୟାମେରା ଦିଆଯାଇଛି। ଯାହା ଦ୍ୱାରା କମ୍‌ ଲାଇଟ୍‌ରେ ମଧ୍ୟ ଭଲ ଫଟୋ ଉଠାଇହେବ। ସେଲ୍‌ଫି ପାଇଁ ଏଥିରେ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି।



from Odisha Reporter https://ift.tt/2MXOwhd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages