ଲଞ୍ଚ୍‌ ହେଲା Vivoର ଆଉ ଏକ ନୂଆ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଲଞ୍ଚ୍‌ ହେଲା Vivoର ଆଉ ଏକ ନୂଆ ଫୋନ୍‌

(ଓଡ଼ିଶା ରିପୋର୍ଟର୍‌): ମୋବାଇଲ୍‌ ଫୋନ୍‌ ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର। ସ୍ମାର୍ଟ୍‌ଫୋନ୍ କମ୍ପାନୀ ‘ଭିଭୋ’ ଭାରତୀୟ ବଜାରରେ ଆଉ ଏକ ନୂଆ ସ୍ମାର୍ଟ୍‌ଫୋନ୍ ଲଞ୍ଚ୍‌ କରିଛି। Vivo Y83 Pro ନାଁରେ ଲଞ୍ଚ୍‌ ହୋଇଥିବା ଏହି ନୂଆ ସ୍ମାର୍ଟ୍‌ଫୋନ୍ ପୂର୍ବରୁ ଚଳିତ ବର୍ଷ ଲଞ୍ଚ ହୋଇଥିବା ସ୍ମାର୍ଟ୍‌ଫୋନ୍‌ Vivo Y83ର ଅପଗ୍ରେଡ୍ ଭର୍ସନ୍।
ସୂଚନା ଅନୁଯାୟୀ, Vivo Y83 Proର ସ୍ପେସିଫିକେଶନ୍‌ରେ ପୁରୁଣା ଭ୍ୟାରିୟାଣ୍ଟ୍‌ର ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ବିଶେଷ କରି କ୍ୟାମେରାରେ ହୋଇଛି। Vivo Y83ରେ ସିଙ୍ଗଲ୍‌ କ୍ୟାମେରା ଦିଆଯାଇଥିଲା ବେଳେ Vivo Y83 Proରେ ଡୁଆଲ୍‌ କ୍ୟାମେରା ରହିଛି।
ଭାରତରେ ଏହି ସ୍ମାର୍ଟ୍‌ଫୋନ୍‌ ଲଞ୍ଚିଂ ସମ୍ପର୍କରେ ମୁମ୍ବାଇର ମୋବାଇଲ୍‌ ସ୍ମାର୍ଟ୍‌ଫୋନ୍‌ ରିଟେଲର୍‌ ମହେଶ ଟେଲିକମ୍‌ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି।
ଏହି ସୂଚନା ଅନୁଯାୟୀ, Vivo Y83 Pro ସ୍ମାର୍ଟଫୋନ୍‌ର ମୂଲ୍ୟ ୧୫,୯୯୦ ଟଙ୍କା ରହିଛି। ଏହାର ପୂର୍ବ ମଡେଲ୍‌ Vivo Y83ର ଦାମ୍‌ ୧୪,୯୯୦ଟଙ୍କା ଥିବାବେଳେ ପୁରୁଣା ମଡେଲ୍‌ ତୁଳନାରେ ନୂଆ ମଡେଲ୍‌ର ମୂଲ୍ୟ ୧୦୦୦ ଟଙ୍କା ଅଧିକ ରହିଛି।
vivoVivo Y83 Proର ସ୍ପେସିଫିକେଶନ୍
ସୂଚନା ଅନୁସାରେ, Vivo Y83 Pro ଆଣ୍ଡ୍ରଏଡ୍ 8.1 ଓରିଓ ବେସ୍‌ଡ ଫନ୍‌ଟଚ୍ OS 4.0ରେ ଚାଲିଥାଏ। ଏଥିରେ 19:9 ରେଶିଓର ଡିସ୍‌ପ୍ଲେ ଓ ନଚ୍‌ ସହ ୬.୨୨ ଇଞ୍ଚ୍ HD+(720×1520 ପିକ୍ସେଲ୍) ଫୁଲ୍‌ ଭ୍ୟୁ 2.0 IPS ଡିସ୍‌ପ୍ଲେ ଦିଆଯାଇଛି। ଫୋନ୍‌ରେ ୪ଜିବି ରାମ୍‌ ଥିବାବେଳେ ଏହାର ଇଣ୍ଟର୍‌ନାଲ୍‌ ମେମୋରି ୬୪ଜିବି ରହିଛି। ଯାହାକୁ ଏସ୍‌ଡି କାର୍ଡ଼ ସାହାଯ୍ୟରେ ବଢ଼ାଯାଇ ପାରିବ। ଫୋନ୍‌ଟିର ପ୍ରୋସେସର୍ ବିଷୟରେ ଏଯାଏ କିଛି ସୂଚନା ମିଳିନାହିଁ। ‌ଏଥିରେ 3260mAhର ବ୍ୟାଟେରି ଦିଆଯାଇଛି।
Vivo Y83 Proରେ ରିଅର୍‌ ଡୁଆଲ୍‌ କ୍ୟମେରା ସେଟ୍‌ଅପ୍‌ ଦିଆଯାଇଛି। ଯାହାର ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସେଲ୍‌ର ହୋଇଥିବାବେଳେ ସେକେଣ୍ଡାରୀ କ୍ୟାମେରା ୨ ମେଗାପିକ୍ସେଲ୍‌ ରହିଛି। ସେଲ୍‌ଫି ପାଇଁ ଏଥିରେ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଏଥିସହ AI ଫେସ୍‌ ବିୟୁଟି ଫିଚର୍‌ ମଧ୍ୟ ଏଥିରେ ରହିଛି।



from Odisha Reporter https://ift.tt/2PsgIag

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages