ୟାମାହାର YZF-R15 ବାଇକ୍‌ ଲଞ୍ଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ୟାମାହାର YZF-R15 ବାଇକ୍‌ ଲଞ୍ଚ୍‌

yamaha

ନୂଆଦିଲ୍ଲୀ: ଷ୍ଟାଇଲିସ୍‌ ମୋଟର୍‌ ସାଇକେଲ୍‌ ନିର୍ମାତା କମ୍ପାନୀ ୟାମାହା ନିଜର ଜବରଦସ୍ତ ବାଇକ୍‌ YZF-R15 ଭର୍ସନ୍‌୩.୦  MotoGP ର ଲିମିଟେଡ୍‌ ଏଡିସନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଏକ୍ସ ଶୋ ରୁମ୍‌ ମୂଲ୍ୟ ହିସାବରେ ଜୟପୁରର ଏକ ଶୋ ରୁମ୍‌ରେ ଏହାର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି। ୟାମାହାର ଏହି ବାଇକ୍‌ଟି ନୀଳ ରଙ୍ଗରେ ବଜାରକୁ ଆସିଛି।

ବାଇକ୍‌ର ବିଶେଷତ୍ତ୍ୱ: ୟାମାହାର R15 MotoGP ମୋଡେଲ୍‌ର ସାମ୍ନାପଟରେ Moviestarର ଲୋଗ  ଲାଗିଛି। ଯୁବକଙ୍କ ରୁଚିକୁ ଆଖିଆଗରେ ରଖି କମ୍ପାନୀ ଏହାକୁ ନିର୍ମାଣ କରିଛି।

ସେହିପରି ଏଥିରେ ୧୫୫ ସିସି, ଫୋର୍‌ଷ୍ଟ୍ରୋକ୍‌ ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି। ଯାହା ୧୯ ବିଏଚ୍‌ପି ପାୱାର୍‌ ଓ ୧୫ ନ୍ୟୁଟନ୍‌ ମିଟର ଟର୍କ ଜେନେରେଟ୍‌ କରିବ। ଗାଡ଼ିର ବେଗ ବଢ଼ାଇବା ପାଇଁ ଏଥିରେ ୬ ସ୍ପିଡ୍‌ ଗିୟର୍‌ ବକ୍ସ ଦିଆଯାଇଛି।

ଏଥିସହିତ ଏଥିରେ ଏଲ୍‌ଇଡି ହ୍ୟାଣ୍ଡ୍‌ଲ୍ୟାମ୍ପ୍‌ ଏଲ୍‌ଇଡି ଟେଲ୍‌ ଲାଇଟ୍‌, ଫୁଲ୍‌ ଡିଜିଟଲ୍‌ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍‌, ୧୭ ଇଞ୍ଚ୍‌ର ଏମ୍‌ଆର୍‌ଏଫ୍ ଟାୟର୍ ସ୍ଲିପର୍‌ କ୍ଲଚ୍‌ର ସୁବିଧା ରହିଛି।

 

 



from Odisha Reporter https://ift.tt/2OONrph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages