ଡକାୟତ ଉଦ୍ୟମ ବେଳେ ଗୁଳି ବିନିମୟ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଡକାୟତ ଉଦ୍ୟମ ବେଳେ ଗୁଳି ବିନିମୟ, ଜଣେ ଗିରଫ

gun

ଜୟପୁର (ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ଼ ବାଇପାସ୍ ନିକଟରେ ଆଜି ଭୋର ଏକ ଡକାୟତି ଯୋଜନାକୁ ପୁଲିସ୍‌ ପଣ୍ଡ କରିଦେଇଛି। ଏହି ସମୟରେ ପୁଲିସ୍‌-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ୍‌ ଜିତୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି।

ଜିତୁ ପାଖରୁ ପୁଲିସ ଦେଶୀ ବନ୍ଧୁକ, ଦୁଇ କାଟ୍ରିଜ୍ ଓ ମାରଣାସ୍ତ୍ର ଜବତ କରିଛି। ଜିତୁ ନାଁରେ ଜୟପୁର ଥାନାରେ ୯ଟି ମାମଲା ରହିଛି। ସେ ଗୋପବନ୍ଧୁ ନଗର ଗୁଳିକାଣ୍ଡ ଘଟଣାରେ ଖସି ଯାଇଥିଲା।

ଆଜି ଭୋର ପ୍ରାୟ ୪ଟା ୪୫ରେ ଜିତୁ ଓ ତା’ର ସହଯୋଗୀ ପୁରୁଣାଗଡ଼ ଅଞ୍ଚଳରେ ଡାକାୟତ କରିବାକୁ ଉଦ୍ୟମ କରୁଥିବା ପୁଲିସ୍‌ ସୂଚନା ପାଇଥିଲା। ସୂଚନା ମିଳିବା ମାତ୍ରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସ୍‌କୁ ଦେଖି ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ। ଜବାବରେ ପୁଲିସ୍‌ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ଜିତୁ ଧରାପଡ଼ିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।

 

 



from Odisha Reporter https://ift.tt/2CF2obW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages