ଗୋରୁ ଚାଲାଣକୁ ନେଇ ଉତ୍ତେଜନା: ଭ୍ୟାନ୍‌ରେ ନିଆଁ ଲଗାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଗୋରୁ ଚାଲାଣକୁ ନେଇ ଉତ୍ତେଜନା: ଭ୍ୟାନ୍‌ରେ ନିଆଁ ଲଗାଇ ଦେଲେ

cow1

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍‌ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।

ଭ୍ୟାନ୍‌ ଗୁଡ଼ିକରେ ଅଧିକ ସଂଖ୍ୟକ ଗୋରୁ ବୋଝେଇ ହୋଇଥିବାରୁ କିଛି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

କିଛି ଲୋକ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଗୋରୁ ବୋଝେଇ ଗାଡ଼ିଗୁଡ଼ିକର ଡ୍ରାଇଭରମାନଙ୍କୁ ଗିରଫ କରିବାକୁ ଦାବି କରି ଅସୁରାଳି ବଜାର ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

ଘଟଣା ସ୍ଥଳରେ ଧାମନଗର ସିଡିପିଓ, ଧାମନଗର ଥାନାଧିକାରୀ ଓ ଧୂଷୁରୀ ଥାନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।



from Odisha Reporter https://ift.tt/2QmulYj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages