ପ୍ରଥମ ସ୍ତ୍ରୀ ସୋନାଲୀ ବି ଥିଲେ ତାଙ୍କ ଶିଷ୍ୟା; ଘରୁ ପଳାଇ ହୋଇଥିଲେ ବାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ପ୍ରଥମ ସ୍ତ୍ରୀ ସୋନାଲୀ ବି ଥିଲେ ତାଙ୍କ ଶିଷ୍ୟା; ଘରୁ ପଳାଇ ହୋଇଥିଲେ ବାହା

sonali

ମୁମ୍ବାଇ: ୬୫ ବର୍ଷୀୟ ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା ତାଙ୍କର ୨୮ବର୍ଷୀୟା ଗାର୍ଲଫ୍ରେଣ୍ଡ୍‌ ଜସ୍‌ଲୀନ୍‌ ମଥାରୁଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାରା ଦେଶରେ ଏହି ଚର୍ଚ୍ଚା।

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ବିଗ୍‌ ବସ୍‌-୧୨ର ପ୍ରିମିୟରରେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୁଲାସା ହୋଇଥିଲା। ସେମାନେ ୩ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଅଛନ୍ତି।

ଜସ୍‌ଲୀନ୍‌ଙ୍କ ସହ ସମ୍ପର୍କ ପୂର୍ବରୁ ଅନୁପ୍‌ ୩ ଜଣଙ୍କୁ ବିବାହ କରିଥିଲେ।

ଏ ଦୁହିଁଙ୍କ ସମ୍ପର୍କକୁ ନେଇ ଅନୁପ୍‌ଙ୍କ ପ୍ରଥମ ପତ୍ନୀ ସୋନାଲୀ ରାଠୋର୍‌ ନିଜ ପ୍ରତିକ୍ରିୟା ରଖିଛନ୍ତି।

ନିକଟରେ ଏକ ନ୍ୟୁଜ୍ ୱେବ୍‌ସାଇଟ୍‌ ପକ୍ଷରୁ ସୋନାଲୀଙ୍କୁ ଅନୁପ୍‌ ଓ ଜସ୍‌ଲୀନ୍‌ଙ୍କ ସମ୍ପର୍କ ବିଷୟରେ ପଚରା ଯାଇଥିଲା।

ସେ କହିଥିଲେ,“ମୁଁ ମୋ ଜୀବନରେ ଆଗକୁ ବଢ଼ି ସାରିଛି। ଆଉ ମୁଁ ଖୁବ୍‌ ଖୁସି ଅଛି ମଧ୍ୟ। ପର୍ସନାଲ୍‌ ହେଉକି ପ୍ରଫେସନାଲ୍‌, ମୁଁ ଅନୁପ୍‌ଙ୍କୁ ସବୁବେଳେ ଶୁଭ କାମନା ଦେବି।’’

ସୋନାଲୀ ଏକଥା ବି କହିଥିଲେ ଯେ ସେ ‘ବିଗ୍‌ ବସ୍‌’ ଦେଖନ୍ତି ନାହିଁ।

ସୋନାଲୀ ବି ଅନୁପ୍‌ଙ୍କ ଶିଷ୍ୟା ଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସେମାନେ ଯେତେବେଳେ ବାହା ହେବାକୁ ଚାହିଁଲେ, ଦୁହିଁଙ୍କ ପରିବାର ଲୋକେ ବିରୋଧ କଲେ। ଏହା ପରେ ଦୁହେଁ ଘରୁ ପଳାଇଯାଇ ବାହା ହୋଇଥିଲେ।

କିନ୍ତୁ ଏ ବାହାଘର ତିଷ୍ଠି ରହିପାରିଲା ନାହିଁ। ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ହେଲେ। ଏହା ପରେ ସୋନାଲୀ କଣ୍ଠଶିଳ୍ପୀ ରୂପ୍‌ କୁମାର ରାଠୋରଙ୍କୁ ବିବାହ କରିଥିଲେ।

ସେହିଭଳି ଅନୁପ୍‌ ବୀଣା ଭାଟିୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହା ଆରେଞ୍ଜଡ ମ୍ୟାରେଜ୍‌ ଥିଲା। କିନ୍ତୁ ଏହି ବିବାହ ବି ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା।

ତା’ପରେ ସେ ମେଧା ଗୁଜ୍‌ରାଲଙ୍କୁ ତୃତୀୟ ବିବାହ କରିଥିଲେ। ଲିଭର ଖରାପ୍‌ ହେବା କାରଣରୁ ମେଧାଙ୍କର ୨୦୧୪ରେ ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2ORbAM3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages