ଓଡ଼ିଶାରେ ମହିଳା ଓ ଶିଶୁ ଅସୁରକ୍ଷିତ: ରାହତକର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଓଡ଼ିଶାରେ ମହିଳା ଓ ଶିଶୁ ଅସୁରକ୍ଷିତ: ରାହତକର୍

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ସରକାର ମହିଳା ବିରୋଧୀ। ପ୍ରତିଦିନ ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଘଟଣା। ଏପରିକି ରାଜ୍ୟରେ ଶିଶୁ ବି ଅସୁରକ୍ଷିତ।” ଆଜି ଏପରି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର୍।

ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ଏହା କହିଛନ୍ତି ରାହତକର୍।

ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ନେଇ ଲୋକଙ୍କୁ ବିଜେପି ସଚେତନ କରିବ ବୋଲି ସେ କହିଛନ୍ତି। ଏହାସହ ଆସନ୍ତାକାଲି ହେବାକୁ ଥିବା ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗ ବ୍ୟତୀତ ରାଜ୍ୟରେ ବିଜେପିର ସଂଗଠନକୁ ଆହୁରି ମଜଭୁତ୍ କରାଯିବା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରତି ବୁଥ୍‌ରେ ବିଜେପିର ମହିଳା କର୍ମୀ କାମ କରିବେ। ଅତି କମ୍‌ରେ ପ୍ରତି ବୁଥ୍‌ରେ ୫ ଜଣ ମହିଳା କର୍ମୀ କାମ କରିବେ ବୋଲି ସୂଚନା ଦେଇଛନ୍ତି ରାହତକର।
ଅନ୍ୟପକ୍ଷରେ ବିଜେପି ଉପରେ ଓଲଟା ଆରୋପ ଲଗାଇଛନ୍ତି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ଦୁଷ୍କର୍ମ ବଢ଼ିଛି। ପ୍ରଥମେ ସେହି ଅଞ୍ଚଳର ପରିସ୍ଥିତି ସମ୍ଭାଳନ୍ତୁ ବୋଲି କହିଛନ୍ତି ପ୍ରମିଳା।



from Odisha Reporter https://ift.tt/2pwx1qA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages