ସୋନମ୍‌ ଖୋଲିଲେ ନିଜ ବେଡ୍‌ ରୁମ୍‌ ସିକ୍ରେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ସୋନମ୍‌ ଖୋଲିଲେ ନିଜ ବେଡ୍‌ ରୁମ୍‌ ସିକ୍ରେଟ୍‌

sonam2

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ତାଙ୍କ ଫ୍ୟାଶନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କୁ ବଲିଉଡ୍‌ର ଫ୍ୟାଶନ୍ ଆଇକନ୍ ବି କୁହାଯାଏ।

ଏହା ଛଡ଼ା ସେ ଖୁବ୍‌ ସ୍ପଷ୍ଟବାଦୀ। ଯାହା କୁହନ୍ତି ମୁହେଁ ମୁହେଁ। ଯେକୌଣସି ପ୍ରସଙ୍ଗରେ ନିଜ ମତ ରଖିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତିକି ସେ ନିଜ ବେଡ୍‌ ରୁମ୍‌ ସିକ୍ରେଟ୍‌ ଶେୟାର୍‌ କରିବାକୁ ବି କୁଣ୍ଠାବୋଧ କରିନାହାନ୍ତି। ଆଜ୍ଞା ହଁ, କଥାଟି ସତ।

ନିକଟରେ ସେ ଅନୀତା ଶ୍ରଫ୍‌ ଅଦାଜାନିୟାଙ୍କ ଟକ୍‌ ଶୋ’ ‘Feet Up With The Stars’କୁ ଆସିଥିଲେ। ଏହି ଶୋ’ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନେକ କଥା କହିଥିଲେ। ତା’ ଭିତରେ ସେ ତାଙ୍କ ବେଡ୍‌ ରୁମ୍‌କୁ ନେଇ ଏକ କଥା ବି କହିଥିଲେ।

ଶୋ’ରେ ତାଙ୍କୁ ପଚରା ଯାଇଥିଲା ଯେ ରାତିରେ ତାଙ୍କ ବେଡ୍‌ ରୁମ୍‌ ଲାଇଟ୍‌ ଜଳୁ ଥାଏ ନା ବନ୍ଦ ରହେ। ସେ ଚଟାପଟ୍ କହିଥିଲେ,‘ଜଳୁ ଥାଏ’।

ତାଙ୍କୁ ଏହା ବି ପଚରା ଯାଇଥିଲା ଯେ ସେ ମନେ ମନେ ରାଗି ସେ କେଉଁ କୋ-ଷ୍ଟାରଙ୍କୁ ମାରିଛନ୍ତି। ସେ ଆୟୁଷ୍ମାନ୍‌ ଖୁରାନା ଓ ଶାହିଦ୍‌ କପୁରଙ୍କ ନାଁ ନେଇଥିଲେ।

ସୋନମ୍‌ କହିଥିଲେ,‘ଶାହିଦ୍‌ ଓ ଆୟୁଷ୍ମାନ ନିଜ କେଶ ସଜାଡ଼ିବାକୁ ବହୁ ସମୟ ନିଅନ୍ତି। ସେଥିପାଇଁ ମୁଁ ସେମାନଙ୍କ ଉପରେ ଖୁବ୍‌ ରାଗେ।’



from Odisha Reporter https://ift.tt/2x9ulCG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages