
କୋଣାର୍କ (ସଞ୍ଜୟ ପତି): କାକଟପୁର ମା’ ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ୩ ସେବାୟତଙ୍କୁ ପୁଲିସର ଗିରଫ ପ୍ରତିବାଦରେ ଆଜି ସେବାୟତ ସମିତି ପକ୍ଷରୁ ମା’ ମଙ୍ଗଳା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାରେ ଅସହଯୋଗ କରାଯାଇଛି।

ମା’ ମଙ୍ଗଳକାଙ୍କ ନୀତିକାନ୍ତି ସ୍ୱାଭାବିକ ରହିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ପାରୁନାହାନ୍ତି। ଅନେକ ଶ୍ରଦ୍ଧାଳୁ ମା’ଙ୍କୁ ପୁଜାର୍ଚ୍ଚନା ନକରି ନିରାଶ ହୋଇ ଫେରୁଛନ୍ତି। ମନ୍ଦିର ପରିସରରେ ଭୋଗ ଓ ପୂଜାସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ବନ୍ଦ ରହିଛି।
ସୂଚନାଯୋଗ୍ୟ, ଗତକାଲି ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ୩ ସେବାୟତଙ୍କୁ ପୁଲିସ୍ ଗିରଫ କରିଥିଲା। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ଏହି ଘଟଣାରେ ପୁଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ନିରପେକ୍ଷ ତଦନ୍ତ ସହ ସେବାୟତଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ସେବାୟତଙ୍କ ପକ୍ଷରୁ ଅସହଯୋଗ ଜାରି ରହିବ ବୋଲି ଧମକ ଦିଆଯାଇଛି।
from Odisha Reporter https://ift.tt/2xmRD8z
No comments:
Post a Comment