ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ; ପ୍ରଶାନ୍ତଙ୍କୁ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ; ପ୍ରଶାନ୍ତଙ୍କୁ ପୁରସ୍କାର

naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ।

ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସାମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁରସ୍କୃତ କରାଯାଇଛି। ତାଙ୍କୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି କରାଯାଇଛି। ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଦାମ ରାଉତଙ୍କ ବିରୋଧରେ ସେ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ।

ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ସଭାପତି।

ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ନୃସିଂହ ସାହୁଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଛି।

ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ସହ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ।

ବିଜୟ କୁମାର ନାୟକଙ୍କୁ ଢେଙ୍କାନାଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ଦାମଙ୍କୁ ଘେରିବାକୁ ପ୍ରୟାସ
ବିଜେଡିର ସାଙ୍ଗଠନିକ ସ୍ତରରେ ଯେଉଁ ଅଦଳବଦଳ କରାଯାଇଛି ସେଥିରେ ଦାମ ଇଫେକ୍ଟ ଦେଖିବାକୁ ମିଳିଛି। ଲାଗୁଛି ଦାମଙ୍କୁ ଘେରିବାକୁ ଗଜତସିଂହପୁର ଜିଲ୍ଲାରେ ସଂଗଠନକୁ ଆହୁରି ମଜବୁତ କରିବାକୁ ନବୀନ ଜୋର ଦେଇଛନ୍ତି।

ସେଠାରେ ବିଷ୍ଣୁ ଦାସ ସଭାପତି ଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ସେହିପରି ପ୍ରଫୁଲ ସାମଲ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବେଳେ ପ୍ରତାପ ଜେନାଙ୍କୁ ସହ ପର୍ଯ୍ୟବେକ୍ଷକ କରାଯାଇଛି।



from Odisha Reporter https://ift.tt/2My3wha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages