୫ ସେପ୍ଟେମ୍ବର, ବୁଧବାର: ଏହି ରାଶି ଲୋକଙ୍କର ଆଘାତ ଯୋଗ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

୫ ସେପ୍ଟେମ୍ବର, ବୁଧବାର: ଏହି ରାଶି ଲୋକଙ୍କର ଆଘାତ ଯୋଗ ରହିଛି

rasheepic

ମେଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ।

ବୃଷ: କିଛି ଦାମୀ ବସ୍ତୁ କିଣିପାରନ୍ତି। ଘର କିମ୍ବା ଜମି କିଣିବା ପାଇଁ ବି ମନ ବଳାଇବେ। କ୍ୟାରିଅରରେ ସଫଳତା ମିଳିବ। ଧନଲାଭ ଯୋଗ ଅଛି।

ମିଥୁନ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ।

କର୍କଟ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ ମିଳିବ।

ସିଂହ: ଖର୍ଚ୍ଚ ବଢ଼ିବ। କାହାକୁ କଟୁ କଥା କୁହନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ। ଅପରାହ୍ନ ପରେ ଘରକୁ ଅତିଥି ଆସିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ପରିବାର ଲୋକଙ୍କ ସହିତ ବୁଲାବୁଲି କରିବାକୁ ଯିବେ। ତେବେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।

ତୁଳା: ନୂଆ ଗାଡ଼ି କିଣିବାକୁ ଆଗ୍ରହ ଦେଖାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶାଠାରୁ ଅଧିକ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଭଲ।

ଧନୁ: କାମର ଚାପ ବଢ଼ିବ। ତେବେ ସହକର୍ମୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ବାଦବିବାଦଠାରୁ ଦୂରେଇ ରହିଲେ ଭଲ।

କୁମ୍ଭ: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଆଘାତ ଲାଗିପାରେ। ତେଣୁ ଆଜି ଟିକେ ସତର୍କ ରୁହନ୍ତୁ। ହଳଦିଆ ରଙ୍ଗର ଫଳ ଦାନ କରନ୍ତୁ। ନିଜ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ।



from Odisha Reporter https://ift.tt/2MR5cYw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages