ରାଗି ଯାଇ ବାପାଙ୍କୁ ଅମିତାଭ ପଚାରିଥିଲେ ଏମିତି ପ୍ରଶ୍ନ, ଆଉ କବିତାରେ ପାଇଥିଲେ ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ରାଗି ଯାଇ ବାପାଙ୍କୁ ଅମିତାଭ ପଚାରିଥିଲେ ଏମିତି ପ୍ରଶ୍ନ, ଆଉ କବିତାରେ ପାଇଥିଲେ ଉତ୍ତର

amitavv

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌):‘କୌନ୍ ବନେଗା କରୋଡ୍‌ପତି’ର ନୂଆ ସିଜିନ୍ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ଆପଣମାନେ ତ ଜାଣିଛନ୍ତି, ଏହି ରିଅଲିଟି ଗେମ୍ ଶୋ’ରେ ପ୍ରଶ୍ନୋତ୍ତର ବ୍ୟତୀତ ଆହୁରି ଅନେକ ଜିନିଷ ଦେଖିବାକୁ ମିଳେ। ପ୍ରତିଯୋଗୀମାନଙ୍କ ସଂପର୍କରେ ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶୀତ ହୁଏ। ସେଥିରେ ସେମାନଙ୍କ ବିଷୟରେ କିଛି ଖାସ୍ କଥା ଦେଖିବାକୁ ମିଳେ।

ସେହିପରି ଅନେକ ସମୟରେ ଶୋ’ର ଆଙ୍କର ଅମିତାଭ ବଚ୍ଚନ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ଅନୁଭୂତି ବାଣ୍ଟନ୍ତି। କେହି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ପ୍ରଶ୍ନ ପଚାରିଲେ ତା’ର ଉତ୍ତର ସେ ଦିଅନ୍ତି। ଗତକାଲି ମଧ୍ୟ ସେ ତାଙ୍କ ଜୀବନର ଗୋଟିଏ ମଜାଦାର କଥା କହିଥିଲେ। ହୁଏତ ଆପଣମାନେ ସେ ବିଷୟରେ ଜାଣି ନଥିବେ।
amitav12ଅମିତାଭ କହିଥିଲେ,‘‘ଯୁବାବସ୍ଥାରେ ମୋତେ ଓ ମୋର କିଛି ବନ୍ଧୁଙ୍କୁ ଚାକିରି ମିଳୁ ନଥିଲା। ତେଣୁ ଆମେ ଚିନ୍ତିତ ଥିଲୁ। ଦିନେ ଜଣେ ବନ୍ଧୁ କହିଲେ,ଯେହେତୁ ତାଙ୍କ ବାପା ତାଙ୍କୁ ଜନ୍ମ ଦେଲେ ତେଣୁ ସେ ଚାକିରି ପାଉ ନାହାନ୍ତି। ଏ କଥାଟି ମୋ ମନକୁ ପାଇଲା।”

“ମୁଁ ଘରକୁ ଫେରି ପୂରା ରାଗି ଯାଇ ବାପାଙ୍କୁ ପଚାରିଲି- ଆପଣ ମତେ ଜନ୍ମ କାହିଁକି କଲେ? ଏହା କହି ମୁଁ ସେଠାରୁ ଚାଲିଗଲି।”
ତା’ପର ଦିନ ଅମିତାଭଙ୍କ ବାପା ହରିବଂଶ ରାୟ ବଚ୍ଚନ ତାଙ୍କ ପାଇଁ ଏକ ଚିଠି ଛାଡ଼ି ଯାଇଥିଲେ। ଏଥିରେ ଏକ କବିତା ଲେଖାଥିଲା।
ସେହି କବିତାର ଭାବାର୍ଥ ହେଉଛି- ଜୀବନ ଓ ସମାଜର ଜଞ୍ଜାଳକୁ ଡରି ମୋ ପୁଅ ମତେ ପଚାରୁଛି ତାକୁ ଜନ୍ମ କାହିଁକି ଦେଲି। ଆଉ ମୋ ପାଖରେ ଏହାର କେବଳ ଗୋଟିଏ ଉତ୍ତର ଅଛି। ତା’ହେଉଛି ମୋ ବାପା ମୋତେ ନ ପଚାରି କାହିଁକି ମତେ ଜନ୍ମ କଲେ। ଆଉ ମୋ ବାପାଙ୍କୁ ନପଚାରି ତାଙ୍କ ବାପା ତାଙ୍କୁ କାହିଁକି ଜନ୍ମ ଦେଲେ।
ଏହା ହେଉଛି ସେଇ କବିତା:
जिंदगी और जमाने की
कशमकश से घबराकर
मेरे बेटे मुझसे पूछते हैं कि
हमें पैदा क्यों किया था?
और मेरे पास इसके सिवाय
कोई जवाब नहीं है कि
मेरे बाप ने मुझसे बिना पूछे
मुझे क्यों पैदा किया था?
और मेरे बाप को उनके
बाप ने बिना पूछे उन्हें और
उनके बाबा को बिना पूछे उनके
बाप ने उन्हें क्यों पैदा किया था?



from Odisha Reporter https://ift.tt/2NjXQMg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages