ସତରେ କ’ଣ ଭାଙ୍ଗିଗଲା ନାଏରା ଓ କାର୍ତ୍ତିକଙ୍କ ସମ୍ପର୍କ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ସତରେ କ’ଣ ଭାଙ୍ଗିଗଲା ନାଏରା ଓ କାର୍ତ୍ତିକଙ୍କ ସମ୍ପର୍କ ?

kartik

ମୁମ୍ବାଇ: ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଆସିଛି ଏକ ବଡ଼ ଟ୍ୱିଷ୍ଟ୍‌। ଶୋ’ରେ ଦୀର୍ଘଦିନ ପରେ କାର୍ତ୍ତିକ ଓ ପତ୍ନୀ ନାଏରା ଏକାଠି ହୋଇ ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। କିନ୍ତୁ ଏ ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ଅଟକି ଯାଉଛି। ଆଉ ତା ପରେ ଯାହା ହେଉଛି ଖାଲି ଦେଖିବାର କଥା।

ନାଏରାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମନ୍ଦିରରୁ କାର୍ତ୍ତିକ ଲେଉଟି ଆସୁଛନ୍ତି। ବାହାଘର ହୋଇପାରିନି। ହେଲେ ନାଏରା ବିବାହ ମଣ୍ଡପକୁ ନ ଯିବାର କାରଣ ସମ୍ପର୍କରେ ସେ ଅଜଣା। କ’ଣ ଏମିତି ହେଲା ଯେ, ନାଏରା ବାହା ହେବାକୁ ଇଚ୍ଛା ଥାଇ ବି ଆସିଲେନି? ଏଇ ଚିନ୍ତାରେ କାର୍ତ୍ତିକ ଘାଣ୍ଟି ହେଉଛନ୍ତି।

ବାସ୍ତବ କଥାଟା କିନ୍ତୁ ଏମିତି।

ନାଏରା ଏବେ ଟ୍ୟୁମ୍‌ର । ଏଣୁ ସେ କାର୍ତ୍ତିକଙ୍କ ମା’ ସ୍ୱର୍ଣ୍ଣାଙ୍କୁ ସବୁ କଥା ଖୋଲି କହିଛନ୍ତି। କାର୍ତ୍ତିକଙ୍କୁ ଯେମିତି ବି ହେଉ ତାଙ୍କ ଠୁ ଦୂରେଇ ରଖିବା ପାଇଁ ନିବେଦନ କରିଛନ୍ତି। ଆଉ କହିଛନ୍ତି ପାରୁଛନ୍ତି ଯଦି ଭଲ ଝିଅଟିଏ ଦେଖି ତାଙ୍କ ବିବାହ କରାଇ ଦେବାକୁ।

ସ୍ୱର୍ଣ୍ଣା ଏ କଥା ଜାଣି ପୁଅ କାର୍ତ୍ତିକର ବିବାହ ତା’ ପିଲାଦିନର ବନ୍ଧୁ ସାଶୀ ସହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପଟେ ନାଏରା ଚିକିତ୍ସା ପାଇଁ ବିଦେଶ ଯିବାକୁ ପ୍ରସ୍ତୁତ ହେବାବେଳେ କାର୍ତ୍ତିକ ସାଶୀଙ୍କୁ ବାହା ହୋଇ କରାଉଛନ୍ତି ଜବୀନସାଥି।

ଅନିଚ୍ଛା ସତ୍ୱେ କାର୍ତ୍ତିକଙ୍କୁ କରିବାକୁ ପଡିଛି ଏମିତି ବିବାହ। ହେଲେ ମନ ଭିତରେ ନାଏରାଙ୍କ ପ୍ରତି ରାଗ ବି ରହିଛି । ସେ କେବଳ ନାଏରାଙ୍କୁ ଜଳେଇବାକୁ ଏହି ବାହାଘରରେ ରାଜି ହୋଇଛନ୍ତି ବୋଲି ଜଣାପଡିଛି।

ଏବେ ପ୍ରଶ୍ନ, ସତରେ କ’ଣ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା ଆଉ ଦୁହେଁ କ’ଣ ସବୁଦିନ ପାଇଁ ଅଲଗା ହୋଇଗଲେ ?

naira

ନାଇଁ ଆଜ୍ଞା, ଯେମିତି ଆପଣ ଭାବୁଛନ୍ତି କଥାଟା ଜମାବି ସେମିତି ନୁହେଁ।

କାହାଣୀରେ ଏଇଠି ଆସୁଛି ଆଉ ଗୋଟିଏ ଟ୍ୱିଷ୍ଟ। ବାସ୍ତବରେ କାର୍ତ୍ତିକ କାହାକୁ ବିବାହ କରି ନାହାନ୍ତି। କାରଣ ବେଦୀରେ କାର୍ତ୍ତିକ ନୁହେଁ ବରଂ ଆଶୀଙ୍କ ସହ ତାଙ୍କ ବୟ ଫ୍ରେଣ୍ଡ୍‌ ହିଁ ଫେରେ ନେଇଛନ୍ତି । ଏସବୁ କାର୍ତ୍ତିକ ଓ ସ୍ୱର୍ଣ୍ଣାଙ୍କର ହିଁ ଯୋଜନା ଥିଲା। କାରଣ ନାଏରାଙ୍କ ରୋଗ ବିଷୟରେ ସ୍ୱର୍ଣ୍ଣା କାର୍ତ୍ତିକଙ୍କୁ ସବୁକଥା ଖୋଲି କହି ସାରିଥିଲେ।

ତା ହେଲେ ଅପେକ୍ଷା କରନ୍ତୁ, ପୁଣି କେମିତି ଯୋଡି ହେଉଛି ଉଭୟଙ୍କ ସମ୍ପର୍କ ଖାଲି ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2xF1SWH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages