
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ହେପ୍ଟାଥଲନ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ସ୍ୱପ୍ନା ବର୍ମନ ଅସୁସ୍ଥ ଅଛନ୍ତି। ତାଙ୍କ ଦାନ୍ତ ସଂକ୍ରମିତ ହୋଇଛି। ଏହା ସହିତ ତାଙ୍କ ଅଣ୍ଟାରେ ମଧ୍ୟ ଯନ୍ତ୍ରଣା ହେଉଛି।
ଏହା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରିବାକୁ ଆଗେଇ ଆସିଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରମାନେ। ଏନେଇ ସେମାନେ ସ୍ୱପ୍ନାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିଟି ବେଶ୍ ହୃଦୟସ୍ପର୍ଶୀ ହୋଇଛି।
ଚିଠିରେ ଲେଖା ହୋଇଛି, “ଆମେ ଦେଶର ଗୌରବ- ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜୟିନୀଙ୍କୁ ତାଙ୍କ ଦାନ୍ତ ସଂକ୍ରମଣ ଓ ଅଣ୍ଟାରେ ହେଉଥିବା ଯନ୍ତ୍ରଣାର ଚିକିତ୍ସା ପାଇଁ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଏମ୍ସ)କୁ ଆମନ୍ତ୍ରଣ କରୁଛୁ। ଆପଣ ଲକ୍ଷ ଲକ୍ଷ ଭାରତୀୟଙ୍କ ମୁହଁରେ ହସ ଫୁଟାଇଛନ୍ତି। ବର୍ତ୍ତମାନ ଆମର ପାଳି। ଆମେ ଆପଣଙ୍କ ଯନ୍ତ୍ରଣାକୁ ପ୍ରଶମିତ କରି ଆପଣଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଛୁ। ଆମେ ଏମ୍ସରେ କାର୍ଯ୍ୟ କରୁଥିବା ୨୦୦୦ ରେସିଡେଣ୍ଟ୍ ଡାକ୍ତର କଠିନ ପରିଶ୍ରମ କରି ଆପଣଙ୍କୁ ସବୁଠୁ ଭଲ ଚିକିତ୍ସା ପ୍ରଦାନ କରିବାକୁ ସୁନିଶ୍ଚିତ କରିବୁ।”
କିଛି ଦିନ ତଳେ ସ୍ପପ୍ନା ବର୍ମନଙ୍କ କୋଚ୍ ସୁଭାଷ ସରକାର କହିଥିଲେ ଯେ ତାଙ୍କର ଏକାଧିକ ମେଡିକାଲ୍ ଟେଷ୍ଟ୍ ହେବ ଓ ଦରକାର ପଡ଼ିଲେ ତାଙ୍କ ଅଣ୍ଟାରେ ଅପରେସନ୍ ହୋଇପାରେ।”
ଏହା ପରେ ଏମ୍ସର ରେସିଡେଣ୍ଟ୍ ଡାକ୍ତରମାନେ ତାଙ୍କ ପାଖକୁ ଏହି ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି।
ଏମ୍ସର ହରଜିତ୍ ସିଂହ ଭଟ୍ଟି କହିଛନ୍ତି,“ସ୍ୱପ୍ନା ବର୍ମନଙ୍କ ସମସ୍ୟା ଆମେ ବୁଝିପାରୁଛୁ। ତାଙ୍କର ଚିକିତ୍ସା ଏବେ ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ କୋଚ୍ ବି ଏହାକୁ ଗୁରୁତ୍ୱ ଦେଇଛନ୍ତି। ନହେଲେ ଆଗାମୀ ଦିନରେ ପ୍ରତିଯୋଗିତାରେ ଭାଗ ନେଲେ ଗୁରୁତର ସମସ୍ୟା ଦେଖାଯାଇପାରେ।”
ସେ ଆହୁରି କହିଛନ୍ତି,“ଏବେ ଆମ ପାଳି ଆସିଛି ଆମ ଖେଳାଳିଙ୍କୁ କୃତଜ୍ଞତା ଜଣାଇବାକୁ ଓ ସେମାନଙ୍କୁ ଭଲ ପାଇବାକୁ। ଆମେ ଡାକ୍ତର ହିସାବରେ ତାଙ୍କର ଭଲ ଚିକିତ୍ସା କରିପାରିବୁ ଓ ଯତ୍ନ ନେଇପାରିବୁ। ଏମ୍ସ ଦେଶର ସବୁଠୁ ଭଲ ହସ୍ପିଟାଲ୍। ଆମର ଭଲ ଆଥ୍ଲେଟ୍ଙ୍କୁ ସୁସ୍ଥ କରିବାକୁ ଆମେ ଦକ୍ଷତା ମତେ ପ୍ରୟାସ କରିବୁ।”
ସୌଜନ୍ୟ- ଦ ହିନ୍ଦୁ
from Odisha Reporter https://ift.tt/2COVdOL
No comments:
Post a Comment