ଗଛରେ ପିଟିହେଲା ଅଟୋ, ୮ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଗଛରେ ପିଟିହେଲା ଅଟୋ, ୮ ଆହତ

auto

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିକିସମେରା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆଠ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହଛି।

ଯେଉଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସେମାନେ ହେଲେ- ବାଲିପଙ୍କ ଗାଁର ବାଗ ଦଳାଇ ଓ କଫମଛୁଆଁ ଗାଁର ଉତ୍ତମ ନାୟକ।

ଅଟୋଟି ଆଜି ସକାଳ ପ୍ରାୟ ୮ ବେଳେ ଚାନ୍ଦିପୁଟଠାରୁ ଯାତ୍ରୀମାନଙ୍କୁ ନେଇ ମୋହନା ଆସୁଥିବା ବେଳେ ଭାରସାମ୍ୟ ହରାଇ ଚିକିସମେରା ନିକଟରେ ଗଛରେ ପିଟି ହୋଇଥିଲା।



from Odisha Reporter https://ift.tt/2xTLJvZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages