ବୁମେରାଂ ହେଲା ନିରଞ୍ଜନଙ୍କ ‘ଗଲି ଗଲି ମେ ଶୋର୍‌ ହୈ, ଦେଶ୍‌ କା ଚୌକିଦାର ଚୋର୍‌ ହୈ’ ପୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ବୁମେରାଂ ହେଲା ନିରଞ୍ଜନଙ୍କ ‘ଗଲି ଗଲି ମେ ଶୋର୍‌ ହୈ, ଦେଶ୍‌ କା ଚୌକିଦାର ଚୋର୍‌ ହୈ’ ପୋଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କଂଗ୍ରେସରେ ମଙ୍ଗ ଧରିବା ପରେ ଗତ କିଛି ମାସ ହେବ ମାଷ୍ଟରକ୍ୟାଣ୍ଟିନ ଛକରେ ଥବା ଦଳୀୟ ମୁଖ୍ୟ କାର୍ଯ୍ୟାଳୟଟି ଖୁବ୍‌ ଚଳଚଞ୍ଚଳ ହୋଇପଡ଼ିଛି। ଗୋଟେ ସମୟରେ ଏଠି କାଉ ଉଡ଼ୁଥିବା ବେଳେ ଏବେ ଏଠାରେ ବେଶ ଗହଳଚହଳ ହେଉଛି। ମୃତବତ୍‌ ହୋଇପଡ଼ିଥିବା ଦଳ ନିରଞ୍ଜନଙ୍କ ପାଇଁ ନୂଆ ଜୀବନ୍ୟାସ ପାଇଥିବା କହିଲେ ଭୁଲ ହେବ ନାହିଁ।

ବାବୁ ନିରଞ୍ଜନ ସୋଶାଲ ମିଡିଆରେ ବେଶ ଆକ୍ଟିଭ୍‌ ଅଛନ୍ତି। ଦୈନିକ ସେ ନବୀନ ଓ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଜନସମର୍ଥନ ମଧ୍ୟ ଲାଭ କରୁଛନ୍ତି। ସରକାରୀ ବିରୋଧୀ ତଥ୍ୟ ସମ୍ବଳିତ ପୋଷ୍ଟ କରି ଖୁବ୍‌ ଲୋକପ୍ରିୟତା ସାଉଁଟିଥିବା ନିରଞ୍ଜନଙ୍କ ପାଇଁ ଏବେ ଏକ ବିବାଦୀୟ ପୋଷ୍ଟ ମହଙ୍ଗା ପଡ଼ିଛି।

ମୋଦିଙ୍କୁ ଇଙ୍ଗିତ କରି ଏବେ ସେ ଯେଉଁ ଗୋଟିଏ ବିବାଦୀୟ ପୋଷ୍ଟ କରିଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ହୋଇଛି। ସମାଲୋଚନା କରିବାକୁ ଯାଇ ନିଜେ ସମାଲୋଚନାର ଶିକାର ହୋଇଛନ୍ତି। ଅର୍ଥାତ ଏହି ବିବାଦୀୟ ମନ୍ତବ୍ୟକୁ ପୋଷ୍ଟ କରି ସେ ଯେଉଁ ରେଜଲ୍ଟ ଆଶା କରିଥିବେ, ଲୋକଙ୍କ ପ୍ରତିକ୍ରିୟା ଦେଖିଲେ ତାଙ୍କ ମନଟି ନିଶ୍ଚୟ ଆମ୍ବିଳି ଯାଇଥିବ। କାରଣ, ଅଧିକରୁ ଅଧିକ ପ୍ରତିକ୍ରିୟା ଖୋଦ୍‌ ନିରଞ୍ଜନ ଏବଂ କଂଗ୍ରେସ ବିରୋଧରେ ରହିଛି।

କଥା  ହେଉଛି,  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିକଟରେ ରାଜସ୍ଥାନର ଏକ ରାଲିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରି ରାହୁଲ କହିଥିଲେ ଯେ,  ‘ଗଲି ଗଲି ମେ ଶୋର୍‌ ହୈ, ଦେଶ୍‌ କା ଚୌକିଦାର ଚୋର୍‌ ହୈ।’ ବିଜୟ ମାଲ୍ୟାଙ୍କ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ରାହୁଲ ଏଭଳି ମନ୍ତବ୍ୟ ଦେଇଥିଲେ।

ଏହି ସ୍ଲୋଗାନଟି ଗତ କିଛି ଦିନ ହେଲା ରାଜନୈତିକ ପାଣିପାଗକୁ ବେଶ ସରଗରମ କରିଛି। ଏବେ ସେହି ନାରାକୁ ବାବୁ ନିରଞ୍ଜନ ନିଜ୍‌ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରି ମୋଦି ବିରୋଧୀ କିଛି ପ୍ରତିକ୍ରିୟା ମିଳିଯିବ ବୋଲି ଭାବିଥିବେ।  କିନ୍ତୁ  ଫେସ୍‌ବୁକ୍‌ରେ ଏହି ନାରା ଉପରେ ପ୍ରତିକ୍ରିୟା ଦେଖିଲେ ଏଥିରୁ ସର୍ବାଧିକ କଂଗ୍ରେସ ଓ ନିରଞ୍ଜନଙ୍କ ବିରୋଧରେ ରହିଛି।

ରୁଦ୍ର ଡାଙ୍ଗ ନାମକ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ନିରଞ୍ଜନ ବାବୁ ଆପଣ ଖାଲି ପୋଷ୍ଟ କରିଦେଲେ ହେବନି ଆପଣଙ୍କ ଫଲୋଅର୍ସମାନେ କମେଣ୍ଟରେ କ’ଣ କ’ଣ ଲେଖୁଛନ୍ତ ସେଇଟା ବି ଜାଣିବା ଦରକାର।

ସେ ସବୁ କମେଣ୍ଟରୁ ଆମେ କିଛି ନିମ୍ନରେ ସଂଯୋଗ  କରୁଛୁ। ଆପଣ ଏହାକୁ ପଢ଼ିପାରିବେ।



from Odisha Reporter https://ift.tt/2pv9Ltq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages