କଂଗ୍ରେସ ନେତାଙ୍କ ଭିତିରିଆ ଖେଳ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

କଂଗ୍ରେସ ନେତାଙ୍କ ଭିତିରିଆ ଖେଳ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ଜଣେ ନେତା ଦୀର୍ଘଦିନ ଧରି ବ୍ୟକ୍ତିଗତ ଲାଭ ଓ କ୍ଷମତା ଲାଳସାରେ ଶାସକ ବିଜେଡି ସହ ଅଘୋଷିତ ମେଣ୍ଟ କରିଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି ବରିଷ୍ଠ ନେତା ନିଜକୁ ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ ବୋଲି ବାହାରକୁ ଦେଖାଇ ହୋଇଥାନ୍ତି। କିନ୍ତୁ ସେ ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡି ସହ ସାଲିସ୍ କରିବା ପାଇଁ କୁଆଡ଼େ ଭିତିରିଆ କାରବାର କରିବାକୁ ପଛାଇ ନଥାନ୍ତି।

ବିଶେଷକରି ସରକାର ଅଡୁଆ ପରିସ୍ଥିତିରେ ଫସିଥିବା ବେଳେ କୁଆଡ଼େ ଏସବୁ କାରବାର ବେଶୀମାତ୍ରାରେ ବଢ଼ିଯାଇଥାଏ ବୋଲି ବିଜେଡି ମହଲରେ ଚର୍ଚ୍ଚା। ନିଷ୍ପତ୍ତି ପ୍ରକ୍ରିୟାରେ ଥିବା ବିଜେଡିର କିଛି ନେତା କୁଆଡ଼େ ଏହି କଂଗ୍ରେସ ନେତାଙ୍କ ହାବଭାବ ସମ୍ପର୍କରେ ଅବଗତ ଥିବାରୁ ସରକାରକୁ ଅଡ଼ୁଆରେ ପକାଇବା ଭଳି କୌଣସି ପ୍ରସଙ୍ଗ ଉପୁଜିଥିଲେ, ତାକୁ କିଭଳି ସମାଧାନ କରାଯିବ, ସେଥିପାଇଁ ତାଙ୍କର ବିଶେଷ ସହଯୋଗ ନେଇଥାନ୍ତି।

ଚର୍ଚ୍ଚା ହେଉଛି, ଏହି ନେତାଙ୍କର ତୃତୀୟ ମହଲା ସହ ଥିବା ଗୋପନ ବୁଝାମଣା ଯୋଗୁ ତାଙ୍କର ଜଣେ ନିକଟ ସମ୍ପର୍କୀୟ ବିଜେଡିରେ ସାମିଲ ହେବାର ସମ୍ଭାବନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାତ୍ର ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ ସେ ଯେଉଁ ଦୋମୁହାଁ ଖେଳ ଖେଳୁଛନ୍ତି, ତାକୁ କୁଆଡ଼େ ବିଜେଡିର କିଛି ନେତା ଏବେ ପଦାରେ ପକାଇ ଦେଇଛନ୍ତି ବୋଲି ଚର୍ଚ୍ଚା।

ଚର୍ଚ୍ଚା ହେଉଛି, ତାଙ୍କର ଏହି ବହୁରୂପୀ ବ୍ୟକ୍ତିତ୍ୱ ଯୋଗୁ ସିଏ କୁଆଡ଼େ ତୃତୀୟ ମହଲାର ସବୁଠୁ ପସନ୍ଦଯୋଗ୍ୟ ନେତା। ଏହି ବରିଷ୍ଠ ନେତାଜଣକ କୁଆଡ଼େ ତୃତୀୟ ମହଲା ସହ ସଲାସୁତରା କରି ନିଜ ଜିଲ୍ଲାର ପ୍ରଶାସନ ଉପରେ ଅଖଣ୍ଡ ପ୍ରଭାବ ବିସ୍ତାର କରିଛନ୍ତି। ଏମିତିକି ବିଜେଡି ନେତାମାନଙ୍କୁ ଯେତିକି ଗୁରୁତ୍ୱ ମିଳେ ନାହିଁ, କୁଆଡ଼େ ଏହି ନେତାଙ୍କୁ ତା’ଠାରୁ ଢେର ଅଧିକ ଭାଉ ମିଳେ।

ଶୁଣିବା କଥା ହେଉଛି, ଏହି ନେତାଙ୍କୁ ଶାସକ ବିଜେଡିକୁ ଅଡ଼ୁଆରେ ପକାଇବାର ସବୁ କଳା ଓ ଖେଳ ଜଣା। କିନ୍ତୁ ତାଙ୍କର ଯେଉଁ ଲାଳସା ରହିଛି ତାହା କୁଆଡ଼େ ବିଜେଡି ନେତାମାନଙ୍କୁ ସୁହାଉଛି। ନିଜ ଦଳର ଲୋକେ ଏହି ନେତାଙ୍କ ଅସଲ ସ୍ୱଭାବ ଓ ଉଦ୍ଦେଶ୍ୟ ଜାଣିଥିଲେ ମଧ୍ୟ ମୁହଁ ଖୋଲିଲେ ଦଳ ବଦନାମ ହେବାର ଆଶଙ୍କା ଥିବାରୁ ସେମାନେ କୁଆଡ଼େ ନିରବ ରହିବାକୁ ବାଧ୍ୟ ହୁଅନ୍ତି।

ଚର୍ଚ୍ଚା ହେଉଛି, ଏହି ନେତାଙ୍କର ତୃତୀୟ ମହଲା ସହ ଥିବା ଗୋପନ ବୁଝାମଣା ଯୋଗୁ ତାଙ୍କର ଜଣେ ନିକଟ ସମ୍ପର୍କୀୟ ବିଜେଡିରେ ସାମିଲ ହେବାର ସମ୍ଭାବନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାତ୍ର ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ ସେ ଯେଉଁ ଦୋମୁହାଁ ଖେଳ ଖେଳୁଛନ୍ତି, ତାକୁ କୁଆଡ଼େ ବିଜେଡିର କିଛି ନେତା ଏବେ ପଦାରେ ପକାଇ ଦେଇଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2PSMNXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages