ଆଠମଲ୍ଲିକକୁ ହରାଇ ଫୁଲବାଣୀ ଚାମ୍ପିଅନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଆଠମଲ୍ଲିକକୁ ହରାଇ ଫୁଲବାଣୀ ଚାମ୍ପିଅନ୍‌

football

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍‌ ଅଇଁଲାସାରୀ ଖେଳ ପଡ଼ିଆରେ ଜାଗୃତି ରୁରାଲ୍‌ କ୍ଲକ୍‌ ଆନୁକୁଲ୍ୟରେ ୨୮ତମ ଏକ ଦିବସୀୟ ଅଲ୍‌ ଓଡ଼ିଶା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଫୁଲବାଣୀ ଦଳ ଚାମ୍ପିଅନ୍ ହୋଇଛି। ଆଠମଲ୍ଲିକ ଦଳ ରନର୍ସ ଅପ୍ ହୋଇଛି।

ଫାଇନାଲ୍‌ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଫୁଲବାଣୀ ୪ଟି ଗୋଲ୍ ଦେଇଥିବା ବେଳେ ଆଠମଲ୍ଲିକ ୩ଟି ଗୋଲ୍ ଦେଇଥିଲା।

ବିଭିନ୍ନ ଜିଲ୍ଲାର ଆଠଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଡୁଙ୍ଗୁରିପାଲି
ବ୍ଲକ୍ ଅଧ୍ୟକ୍ଷ ବେଲାର ସେନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।



from Odisha Reporter https://ift.tt/2Om6WJ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages