
ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ ଘଟଣାର ଭିଡିଓ ଭାଇରାଲ୍ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରବିନାରାୟଣ ଛତର, ବିମ୍ବାଧର ମଲ୍ଲିକ, ସୁବୋଧ ମେହେର ଓ ଜଗନ୍ନାଥ ଛତର।
ଅଭିଯୋଗ ଅନୁସାରେ, ମାଲିକ ଅସଦାଚରଣ କରୁଥିବା ବେଳେ ମୋବାଇଲ୍ରେ ଉକ୍ତ ଦୃଶ୍ୟକୁ କଏଦ କରି ପୁଲିସ୍ରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ। ତା’ପରେ କୌଣସି ମତେ ଏହି ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଅଭିଯୁକ୍ତମାନେ ଭିଡିଓଟିକୁ ବିଭିନ୍ନ ସୋଶାଲ୍ ସାଇଟ୍ରେ ଅପ୍ଲୋଡ୍ କରି ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ବରଗଡ଼ ଆଇଆଇସି ବିଭୂତି ଭୂଷଣ ଭୋଇ କହିଛନ୍ତି,“ମୋବାଇଲ, କମ୍ପ୍ୟୁଟରରେ ଅପଲୋଡ କରୁଥିବା ବ୍ୟକ୍ତିଙ୍କୁ ଖୋଜା ଖୋଜି ଚାଲିଛି। ଏକ ଟିମ୍ ସରଭର୍ ଯାଞ୍ଚ କରୁଛନ୍ତି।”
from Odisha Reporter https://ift.tt/2zB2sWM
No comments:
Post a Comment