ପୌରସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ହୋଇପାରିବନି ସଂରକ୍ଷଣ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ପୌରସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ହୋଇପାରିବନି ସଂରକ୍ଷଣ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌରସଂସ୍ଥାରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା ଲାଗିଛି। ଏ ସଂକ୍ରାନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ପୌରସଂସ୍ଥାରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।

ଫଳରେ କୋର୍ଟରେ ମାମଲା ଥିବା ବାହାନାରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉ ନଥିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ି ଯାଇଛି। ତେବେ ଆସନ୍ତା କାଲି ରାଜ୍ୟର ୬୫ଟି ପୌରସଂସ୍ଥାର କାର୍ଯ୍ୟକାଳ ସରୁଥିବାରୁ ଏସବୁ ସ୍ଥାନରେ ଏବେ ନିର୍ବାଚନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ ହେବା ପର୍ଯ୍ୟନ୍ତ ଏସବୁ ସ୍ଥାନରେ ପ୍ରଶାସକ ନିଯୁକ୍ତ ହୋଇପାରନ୍ତି।

ପୌର ନିର୍ବାଚନରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବନାହିଁ। ଏପ୍ରିଲ ୧୮ ତାରିଖରେ ଏହି ରାୟ ଦେଇଥିଲେ ଓଡ଼ିଶା ହାଇକୋର୍ଟ। ରାଜ୍ୟର ଅନୁସୂଚିତ ଅଞ୍ଚଳକୁ ବାଦଦେଲେ ଅନ୍ୟ ସବୁ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ ହେବ। କିନ୍ତୁ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କାରଣ, ୫୫ଟି ପୌରସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏପରିକି କେତେକ ପୌରସଂସ୍ଥାରେ ସମୁଦାୟ ସଂରକ୍ଷଣ ୬୬ ପ୍ରତିଶତକୁ ଟପି ଯାଇଥିଲା। ମ୍ୟୁନିସିପାଲ୍‌ ଆଇନ୍‌ରେ ଥିବା ବ୍ୟବସ୍ଥାକୁ ଆଧାର କରି ସରକାର ସଂରକ୍ଷଣ ନିୟମ ଲାଗୁ କରିଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ସରକାରଙ୍କ ଗାଲରେ ଶକ୍ତ ଚାପୁଡା ଲାଗିଛି ବୋଲି ବିଜେପି କହିଛି। ପୌର ନିର୍ବାଚନ କରିବା ପାଇଁ ସରକାର ଚାହୁଁନଥିଲେ ବୋଲି ଏଥିରୁ ପ୍ରମାଣିତ ହେଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପଟେ ପୌର ପ୍ରଶାସକ ରାୟ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସରକାରଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି। ରାୟକୁ ମାନିବେ, ନ ହେଲେ ପୁର୍ନବିଚାର ପାଇଁ ଆବେଦନ କରିବେ। ରାୟ ଅନୁସାରେ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା ଚୂଡ଼ାନ୍ତ କରି ନିର୍ବାଚନ କରିବାକୁ ୪ ମାସ ସମୟ ଲାଗିପାରେ। ଏପରି ସ୍ଥିତିରେ ଆସନ୍ତା କାଲି ୬୫ ଟି ପୌରସଂସ୍ଥାର କାର୍ଯ୍ୟକାଳ ସରୁଥିବାରୁ ପ୍ରଶାସକ ନିଯୁକ୍ତ କରିପାରନ୍ତି ସରକାର।

କିଏ କ’ଣ କହିଲେ

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ହାଇକୋର୍ଟ ଯାହା କହିଥିଲେ, ତାକୁ ସୁପ୍ରିମକୋର୍ଟ କାଏମ ରଖିଲେ। ହାରିବା ଭୟରେ ସେମାନେ ନିର୍ବାଚନ କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ନିର୍ବାଚନ ଘୁଞ୍ଚାଇବାକୁ ନାଟକ କରୁଛନ୍ତି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଯେବେଠାରୁ ହାଇକୋର୍ଟରେ ମାମଲା କଲେଣି, ସେବେଠାରୁ ଜଣାପଡୁଥିଲା ନିର୍ବାଚନ ଟାଳିବା ପାଇଁ ଚେଷ୍ଟା କରାଯାଉଛି।”

ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି-“ରାୟର ତର୍ଜମା କଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।”



from Odisha Reporter https://ift.tt/2y0iJlV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages