କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ, କରନ୍ତୁ ଏହିସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ, କରନ୍ତୁ ଏହିସବୁ ଘରୋଇ ଉପଚାର

puspa1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡ୍‌ନୀରେ ଷ୍ଟୋନ୍ ବା ପଥର ହେବା ଆଜିକାଲି ଏକ ସାଧାରଣ ରୋଗ ପାଲଟିଛି।  ଖାଦ୍ୟ, ପାନୀୟ ଏବଂ ଦିନଚର୍ଯ୍ୟାରେ ଅନିୟମିତତା ହିଁ ଏହାର ପ୍ରମୁଖ କାରଣ।
କିଡ୍‌ନୀରେ ଷ୍ଟୋନ୍ ହେବାର ମୂଳ କାରଣ ହେଉଛି, ଖାଦ୍ୟରେ ଲୁଣ ଓ ଅନ୍ୟ ଖଣିଜ ପଦାର୍ଥ ସାମଗ୍ରୀ ଅଧିକ ମାତ୍ରାରେ ବ୍ୟବହାର। ଏହିସବୁ ସାମଗ୍ରୀ ପରିସ୍ରାରେ ବାହାରି ନପାରିଲେ, କିଡ୍‌ନୀରେ ଜମାଟ୍‌ ବାନ୍ଧି ଷ୍ଟୋନ୍‌ ବା ପଥରର ରୂପ ନିଏ।

କିଡ୍‌ନୀ ଷ୍ଟୋନ୍‌ର ଆକାର ଭିନ୍ନ ଭିନ୍ନ ହୋଇଥାଏ। କିଛି ଛୋଟ ଗୋଡ଼ି ପରି ହୋଇଥିବା ବେଳେ ଅନ୍ୟ କିଛି ଷ୍ଟୋନ୍‌ର ଆକାର ବଡ଼ ହୋଇଥାଏ।
ଛୋଟ ଷ୍ଟୋନ୍‌ଗୁଡ଼ିକ ପରିସ୍ରାରେ ଶରୀରରୁ ବାହାରି ଯାଇଥା’ନ୍ତି, କିନ୍ତୁ ବଡ଼ ଷ୍ଟୋନ୍‌ଗୁଡ଼ିକ ବାହାରି ପାରେ ନାହିଁ।
ଷ୍ଟୋନ୍‌ ହେଲେ କିଛି ଲୋକ ଅପରେସନ୍ କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଅପରେସନ୍‌ ଅନେକାଂଶରେ ସଠିକ୍‌ ଚିକିତ୍ସା ନୁହେଁ।
ଘରୋଇ ଉପଚାର ଜରିଆରେ କିଡ୍‌ନୀର ଷ୍ଟୋନ୍‌ ଦୂର କରାଯାଇପାରିବ। ଏବେ ଆସନ୍ତୁ ଜାଣିବା, କିଡ୍‌ନୀ ଷ୍ଟୋନ୍‌ରୁ ଆରୋଗ୍ୟ ପାଇଁ କ’ଣସବୁ ଘରୋଇ ଉପଚାର ରହିଛି।

କଲରା ପାଟିକୁ ପିତା ଲାଗିଲେ ମଧ୍ୟ ଏହା କିଡ୍‌ନୀ ଷ୍ଟୋନ୍‌ ପାଇଁ ଖୁବ୍‌ ଉପକାରୀ। କଲରା ରସକୁ ପିଇଲେ ଷ୍ଟୋନ୍‌ ଧିରେ ଧିରେ ମିଳାଇ ଯିବା ଆରମ୍ଭ କରିଥାଏ। କଲରାରେ ମ୍ୟାଗ୍ନେସିୟମ୍‌ ଏବଂ ଫସ୍‌ଫରସ୍‌ ତତ୍ତ୍ୱ ରହିଛି, ଯାହା ଷ୍ଟୋନ୍‌କୁ ଦୂର କରିଥାଏ।puspa4
କିଡ୍‌ନୀରେ ଷ୍ଟୋନ୍‌ ପାଇଁ ଅଙ୍ଗୁର୍‌ ମଧ୍ୟ ବିଶେଷ ଉପକାରୀ।  ଏଥିରେ ଏଲ୍‌ବମିନ୍‌ ଏବଂ ସୋଡିୟମ୍‌ କ୍ଲୋରାଇଡ୍‌ ଅଧିକ ମାତ୍ରାରେ ରହିଛି, ଯାହା ଷ୍ଟୋନ୍‌ ଦୂର କରିବାରେ ସହାୟକ ହୋଇଥାଏ। ଏହା ସହିତ ଅଙ୍ଗୁର ମଧ୍ୟ ପରିସ୍ରାଜନିତ ରୋଗ ପାଇଁ ଉପାଦେୟ। ଏଥିରେ ପୋଟାସିୟମ୍‌, ଲୁଣ ଏବଂ ପାଣି ଆବଶ୍ୟକ ପରିମାଣର ରହିଛି।

puspa8

କିଡ୍‌ନୀରେ ଷ୍ଟୋନ୍‌ ସମସ୍ୟାରୁ ଆରୋଗ୍ୟ ପାଇଁ ଆପଣ କମଳା ମଧ୍ୟ ଖା’ନ୍ତୁ। ଏଥିରେ ଭିଟାମିନ୍‌ ବି’-୬ ରହିଛି, ଯାହା ଶରୀରରେ Oxylet crystal ହେବାକୁ ଦେଇ ନଥାଏ। ଏକ ଗବେଷଣାରୁ ପ୍ରମାଣିତ ହୋଇଛି, ଭିଟାମିନ୍‌ ବି’-୬କୁ ଦୈନିକ ୧୦୦ରୁ ୧୫୦ ମିଲିଗ୍ରାମ ସେବନ କଲେ କିଡ୍‌ନୀରେ ଷ୍ଟୋନ୍‌ ଅନେକାଂଶରେ ଭଲ ହୋଇଥାଏ।

ଏହା ସହିତ ଆପଣ କଞ୍ଚା କୋଳଥ ଡାଲିକୁ ରାତିରେ ବତୁରାଇ, ସକାଳେ ଏହାର ପାଣିକୁ ପିଅନ୍ତୁ। ଏହି କିଡ୍‌ନୀ ଷ୍ଟୋନ୍‌ ପାଇଁ ଏକ ଅବ୍ୟର୍ଥ ପ୍ରାକୃତିକ ଚିକିତ୍ସା।puspa2
କିଡ୍‌ନୀରେ ଷ୍ଟୋନ୍‌ ପାଇଁ ଅନ୍ୟ ଏକ ପ୍ରାକୃତିକ ଉପଚାର ହେଉଛି ବଥୁଆ ଶାଗ। ଏଥିପାଇଁ ଆପଣ ଅଧା କିଲୋ ବଥୁଆ ଶାଗକୁ ସିଝାଇ ଏହାର ପାଣିରେ ଗୋଲମରିଚ, ଜୀରା ଏବଂ ଅଳ୍ପ ପରିମାଣର ସୈନ୍ଧବ ଲୁଣ ପକାଇ ଦିନକୁ ୪ଥର ପିଅନ୍ତୁ। କିଡ୍‌ନୀରେ ଷ୍ଟୋନ୍‌ ଅବଶ୍ୟ ଦୂର ହୋଇଯିବ।



from Odisha Reporter https://ift.tt/2OTSO6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages