
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣି ଥରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ନିକଟରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ସେହଭଳି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟଙ୍କୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି।
ହେଲେ ଏଇ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯିବା ଉଚିତ ନା ନାହିଁ?
ଏନେଇ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ଡା ରାଉତ କହିଛନ୍ତି,“ ମୁଁ ତ ସେହି ଦଳରୁ ବହିଷ୍କୃତ ହୋଇଯାଇଛି। ମୁଁ କେମିତି କହିବି? ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମାଣ କରି ସାରିଛନ୍ତି, ସ୍ଥିତି ରକ୍ଷା ପାଇଁ ନୀତି ବଦଳାଇବା ତାଙ୍କ କାମ। ଦୁର୍ନୀତିକୁ ସେ ନୀତି କରି ସାରିଛନ୍ତି। ବ୍ରାହ୍ମଣଙ୍କୁ ନେଇ ମୁଁ କଣ କହିଛି ଜାଣିନି। ହେଲେ ମୋତେ ରାତି ଅଧରେ ମନ୍ତ୍ରିମଣ୍ଡଳରୁ ବିଦା କରାଗଲା। ହେଲେ ବଦ୍ରି ପାତ୍ରଙ୍କ ପୁଅ ଗିରଫ ହୋଇଛି, ତେଣୁ ଦୁର୍ଘଟଣା ଘଟିଲେ ଯେମିତି ସେହି ପରିବାରକୁ କ୍ଷତି ପୂରଣ ଦିଆଯାଇଥାଏ। ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁକମ୍ପା କରିପାରନ୍ତି।”
ସେ ଆହୁରି କହିଛନ୍ତି,“ପ୍ରଦୀପ ମହାରଥୀ କ’ଣ କହିଛି ମୁଁ ତ ଜାଣିନି। ପ୍ରଦୀପ ମହାରଥୀ ଟିକେ ଚେହେଲିଆ ଲୋକ। କେତେବେଳେ କ’ଣ କହି ଦିଏ ତାର ବାଡ଼ିବତା ନଥାଏ। ସେ ପରିହାସରେ କହିଛି ନା ସତରେ କହିଛି? ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ଯଦି ଏଭଳି କଥା କହିଥାଏ, ତାହା ନିଶ୍ଚୟ ନିନ୍ଦନୀୟ। ଏନେଇ ମୁଖ୍ୟମନ୍ତ୍ରୀ କ’ଣ କରିବେ ମୁଁ ତ କହି ପାରିବିନି।”
from Odisha Reporter https://ift.tt/2QmNdGD
No comments:
Post a Comment